Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ସନ୍ଧି — Practice MCQs

ସ୍ୱର, ବ୍ୟଞ୍ଜନ, ବିସର୍ଗ ସନ୍ଧି

On this page

    Practise 233 questions on this topic
    Learn mode or test mode, with explanations
    Start →

    ସନ୍ଧି — ବିସ୍ତୃତ ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ସନ୍ଧି ଅଧ୍ୟାୟ।

    ସ୍ୱର ସନ୍ଧି

    ପରସ୍ପର ସନ୍ନିହିତ ଦୁଇଟି ସ୍ୱରବର୍ଣ୍ଣର ମିଳନକୁ ସ୍ୱର ସନ୍ଧି କହନ୍ତି।

    ସୂତ୍ରଉଦାହରଣ
    ଅ/ଆ + ଅ/ଆ = ଆଏକ + ଅଧିକ = ଏକାଧିକ
    ବନ + ଅଞ୍ଚଳ = ବନାଞ୍ଚଳ
    ନର + ଅଧମ = ନରାଧମ
    ନବ + ଅନ୍ନ = ନବାନ୍ନ
    ଇ/ଈ + ଇ/ଈ = ଈକବି + ଇନ୍ଦ୍ର = କବୀନ୍ଦ୍ର
    ଗିରି + ଇନ୍ଦ୍ର = ଗିରୀନ୍ଦ୍ର
    ଅତି + ଇତ = ଅତୀତ
    ପ୍ରତି + ଇତ = ପ୍ରତୀତ
    ଉ/ଊ + ଉ/ଊ = ଊସାଧୁ + ଉପଦେଶ = ସାଧୂପଦେଶ
    କଟୁ + ଉକ୍ତି = କଟୂକ୍ତି
    ଭାନୁ + ଉଦୟ = ଭାନୂଦୟ
    ବିଧୁ + ଉଦୟ = ବିଧୂଦୟ
    ଅ/ଆ + ଇ/ଈ = ଏଗଜ + ଇନ୍ଦ୍ର = ଗଜେନ୍ଦ୍ର
    ନୃପ + ଇନ୍ଦ୍ର = ନୃପେନ୍ଦ୍ର
    ନର + ଇନ୍ଦ୍ର = ନରେନ୍ଦ୍ର
    ରଣ + ଇନ୍ଦ୍ର = ରଣେନ୍ଦ୍ର
    ଅ/ଆ + ଉ/ଊ = ଓନବ + ଉଦୟ = ନବୋଦୟ
    ସୂର୍ଯ୍ୟ + ଉଦୟ = ସୂର୍ଯ୍ୟୋଦୟ
    ଜ୍ଞାନ + ଉଦୟ = ଜ୍ଞାନୋଦୟ
    ମାନବ + ଉଚିତ = ମାନବୋଚିତ
    ଅ/ଆ + ଋ = ଅର୍ଦେବ + ଋଷି = ଦେବର୍ଷି
    ବ୍ରହ୍ମ + ଋଷି = ବ୍ରହ୍ମର୍ଷି
    ସପ୍ତ + ଋଷି = ସପ୍ତର୍ଷି
    ଉତ୍ତମ + ଋଣ = ଉତ୍ତମର୍ଣ୍ଣ
    ଅ/ଆ + ଏ/ଐ = ଐଏକ + ଏକ = ଏକୈକ
    ଜନ + ଏକ = ଜନୈକ
    ହିତ + ଏଷୀ = ହିତୈଷୀ
    ଦିବ୍ୟ + ଏକ = ଦିବ୍ୟୈକ
    ଅ/ଆ + ଓ/ଔ = ଔଜଳ + ଓକା = ଜଳୌକା
    ଦନ୍ତ + ଓଷ୍ଠ୍ୟ = ଦନ୍ତୌଷ୍ଠ୍ୟ
    ଜନ + ଓଘ = ଜନୌଘ
    ବନ + ଔଷଧି = ବନୌଷଧି
    ଇ/ଈ + ଭିନ୍ନ ସ୍ୱର = ୟ୍ + ସ୍ୱରପ୍ରତି + ଅଙ୍ଗ = ପ୍ରତ୍ୟଙ୍ଗ
    ଅତି + ଅନ୍ତ = ଅତ୍ୟନ୍ତ
    ଇତି + ଆଦି = ଇତ୍ୟାଦି
    ପ୍ରତି + ଅକ୍ଷ = ପ୍ରତ୍ୟକ୍ଷ
    ଉ/ଊ + ଭିନ୍ନ ସ୍ୱର = ୱ୍ + ସ୍ୱରସୁ + ଅଳ୍ପ = ସ୍ୱଳ୍ପ
    ସୁ + ଅଚ୍ଛ = ସ୍ୱଚ୍ଛ
    ସୁ + ଆଗତ = ସ୍ୱାଗତ
    ବହୁ + ଆୟାସ = ବହ୍ୱାୟାସ
    ଋ + ଭିନ୍ନ ସ୍ୱର = ର୍ + ସ୍ୱରପିତୃ + ଅନୁମତି = ପିତ୍ରନୁମତି
    ମାତୃ + ଅନୁମତି = ମାତ୍ରନୁମତି
    ଭ୍ରାତୃ + ଅନୁମତି = ଭ୍ରାତ୍ରନୁମତି
    ପିତୃ + ଆଦେଶ = ପିତ୍ରାଦେଶ

    ଏ, ଐ, ଓ, ଔ ପରେ ସ୍ୱର ଥିଲେ (ଅୟାଦି ସନ୍ଧି)

    ସୂତ୍ରଉଦାହରଣ
    ଏ + ସ୍ୱର = ଅୟ୍ + ସ୍ୱରନେ + ଅନ = ନୟନ; ଶେ + ଅନ = ଶୟନ; ଚେ + ଅନ = ଚୟନ
    ଐ + ସ୍ୱର = ଆୟ୍ + ସ୍ୱରଗୈ + ଅକ = ଗାୟକ; ନୈ + ଅକ = ନାୟକ
    ଓ + ସ୍ୱର = ଅବ୍ + ସ୍ୱରପୋ + ଅନ = ପବନ; ଭୋ + ଅନ = ଭବନ; ଗୋ + ଏଷଣା = ଗବେଷଣା
    ଔ + ସ୍ୱର = ଆବ୍ + ସ୍ୱରନୌ + ଇକ = ନାବିକ; ପୌ + ଅକ = ପାବକ

    ବ୍ୟଞ୍ଜନ ସନ୍ଧି

    ବ୍ୟଞ୍ଜନବର୍ଣ୍ଣ ସହ ସ୍ୱରବର୍ଣ୍ଣ କିମ୍ବା ବ୍ୟଞ୍ଜନବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କହନ୍ତି।

    ସୂତ୍ରଉଦାହରଣ
    ତ୍/ଦ୍ + ସ୍ୱର ବା ଗ, ଘ, ଦ, ଧ, ବ, ଭ, ଯ, ର, ଲ, ହ ପୂର୍ବରେ ତ୍/ଦ୍ → ଦ୍; କ୍ → ଗ୍; ଟ୍ → ଡ୍ଦିକ୍ + ଅନ୍ତ = ଦିଗନ୍ତ
    ଦିକ୍ + ଅମ୍ବର = ଦିଗମ୍ବର
    ଷଟ୍ + ଅଙ୍ଗ = ଷଡଙ୍ଗ
    ଷଟ୍ + ଆନନ = ଷଡାନନ
    ତ୍/ଦ୍ ପରେ ଚ/ଛ ଥିଲେ ତ୍/ଦ୍ → ଚ୍ଶରତ୍ + ଚନ୍ଦ୍ର = ଶରଚ୍ଚନ୍ଦ୍ର
    ସତ୍ + ଚରିତ୍ର = ସଚ୍ଚରିତ୍ର
    ଉତ୍ + ଚାରଣ = ଉଚ୍ଚାରଣ
    ଚଳତ୍ + ଚିତ୍ର = ଚଳଚ୍ଚିତ୍ର
    ତ୍/ଦ୍ ପରେ ଜ/ଝ ଥିଲେ ତ୍/ଦ୍ → ଜ୍ଉତ୍ + ଜ୍ୱଳ = ଉଜ୍ଜ୍ୱଳ
    ସତ୍ + ଜନ = ସଜ୍ଜନ
    ତତ୍ + ଜନ୍ୟ = ତଜ୍ଜନ୍ୟ
    ଯାବତ୍ + ଜୀବନ = ଯାବଜ୍ଜୀବନ
    ତ୍/ଦ୍ ପରେ ଟ/ଠ ଥିଲେ → ଟ୍ତତ୍ + ଟୀକା = ତଟ୍ଟୀକା
    ତ୍/ଦ୍ ପରେ ଡ/ଢ ଥିଲେ → ଡ୍ଉତ୍ + ଡୀନ = ଉଡ୍ଡୀନ
    ଉତ୍ + ଡୟନ = ଉଡ୍ଡୟନ
    ତ୍/ଦ୍ ପରେ ଲ ଥିଲେ → ଲ୍ଉତ୍ + ଲାସ = ଉଲ୍ଲାସ
    ଉତ୍ + ଲେଖ = ଉଲ୍ଲେଖ
    ଉତ୍ + ଲଙ୍ଘନ = ଉଲ୍ଲଙ୍ଘନ
    ତତ୍ + ଲୀନ = ତଲ୍ଲୀନ
    ତ୍/ଦ୍ ପରେ ଶ ଥିଲେ ତ୍/ଦ୍ → ଚ୍, ଶ → ଛଉତ୍ + ଶ୍ୱାସ = ଉଚ୍ଛ୍ୱାସ
    ଜଗତ୍ + ଶରଣ୍ୟ = ଜଗଚ୍ଛରଣ୍ୟ
    ଚଳତ୍ + ଶକ୍ତି = ଚଳଚ୍ଛକ୍ତି
    ତତ୍ + ଶରୀର = ତଚ୍ଛରୀର
    ତ୍/ଦ୍ ପରେ ହ ଥିଲେ ତ୍/ଦ୍ → ଦ୍, ହ → ଧଉତ୍ + ହାର = ଉଦ୍ଧାର
    ଉତ୍ + ହତ = ଉଦ୍ଧତ
    ତତ୍ + ହିତ = ତଦ୍ଧିତ
    ମହତ୍ + ହାସ୍ୟ = ମହଦ୍ଧାସ୍ୟ
    ବର୍ଗର ପ୍ରଥମ ବର୍ଣ୍ଣ ପରେ ନ/ମ ଥିଲେ ପ୍ରଥମ ବର୍ଣ୍ଣ → ପଞ୍ଚମ ବର୍ଣ୍ଣଉତ୍ + ନତି = ଉନ୍ନତି
    ଜଗତ୍ + ନାଥ = ଜଗନ୍ନାଥ
    ସତ୍ + ନ୍ୟାସ = ସନ୍ନ୍ୟାସ
    ତତ୍ + ମୟ = ତନ୍ମୟ
    ସ୍ୱରବର୍ଣ୍ଣ ପରେ ‘ଛ’ ଥିଲେ ‘ଛ’ ଦ୍ୱିତ୍ୱ → ଚ୍ଛଅନୁ + ଛେଦ = ଅନୁଚ୍ଛେଦ
    ଅବ + ଛେଦ = ଅବଚ୍ଛେଦ
    ବି + ଛେଦ = ବିଚ୍ଛେଦ
    ପରି + ଛେଦ = ପରିଚ୍ଛେଦ
    ସମ୍/ପରି ପରେ କୃ ଧାତୁ ଥିଲେ ‘ସ୍’ ଆଗମସମ୍ + କରଣ = ସଂସ୍କରଣ
    ସମ୍ + କାର = ସଂସ୍କାର
    ସମ୍ + କୃତ = ସଂସ୍କୃତ
    ପରି + କାର = ପରିଷ୍କାର
    ଷ୍ + ତ/ଥ → ଷ୍ଟ/ଷ୍ଠଶିଷ୍ + ତ = ଶିଷ୍ଟ
    ତୁଷ୍ + ତ = ତୁଷ୍ଟ
    ପୁଷ୍ + ତ = ପୁଷ୍ଟ
    ପୁଷ୍ + ତି = ପୁଷ୍ଟି

    ବିସର୍ଗ ସନ୍ଧି

    ବିସର୍ଗ (ଃ) ସହ ସ୍ୱର ବା ବ୍ୟଞ୍ଜନର ମିଳନକୁ ବିସର୍ଗ ସନ୍ଧି କହନ୍ତି। ବିସର୍ଗ ଦୁଇ ପ୍ରକାର: ରକାର ଜାତ (ସ୍ୱଃ, ପୁନଃ, ଅନ୍ତଃ — ଅନ୍ତର୍/ପୁନର୍) ଓ ସକାର ଜାତ (ମନଃ, ତପଃ, ଯଶଃ — ମନସ୍/ତପସ୍)।

    ସୂତ୍ରଉଦାହରଣ
    ର-ଜାତ ବିସର୍ଗ ପରେ ସ୍ୱର, ବର୍ଗର ୩/୪/୫ ବା ଯ, ର, ଲ, ବ, ହ ଥିଲେ ବିସର୍ଗ → ର୍ଦୁଃ + ଗତି = ଦୁର୍ଗତି; ନିଃ + ଜନ = ନିର୍ଜନ; ଅନ୍ତଃ + ଆତ୍ମା = ଅନ୍ତରାତ୍ମା
    ର-ଜାତ ବିସର୍ଗ ପରେ ‘ର’ ଥିଲେ ବିସର୍ଗ ଲୋପ, ପୂର୍ବସ୍ୱର ଦୀର୍ଘନିଃ + ରବ = ନୀରବ; ନିଃ + ରସ = ନୀରସ; ନିଃ + ରୋଗ = ନୀରୋଗ
    ସ-ଜାତ ‘ଅଃ’ ପରେ ସ୍ୱର ବା ବର୍ଗର ୩/୪/୫ ବା ଯ, ର, ଲ, ବ, ହ ଥିଲେ ଅଃ → ଓମନଃ + ହର = ମନୋହର; ଯଶଃ + ଧନ = ଯଶୋଧନ; ତପଃ + ବନ = ତପୋବନ
    ଚ/ଛ ପୂର୍ବରେ ବିସର୍ଗ → ଶ୍ନିଃ + ଚୟ = ନିଶ୍ଚୟ; ଦୁଃ + ଚରିତ୍ର = ଦୁଶ୍ଚରିତ୍ର
    ଟ/ଠ ପୂର୍ବରେ ବିସର୍ଗ → ଷ୍ନିଃ + ଠୁର = ନିଷ୍ଠୁର; ଧନୁଃ + ଟଙ୍କାର = ଧନୁଷ୍ଟଙ୍କାର
    ତ/ଥ ପୂର୍ବରେ ବିସର୍ଗ → ସ୍ନିଃ + ତାର = ନିସ୍ତାର; ମନଃ + ତାପ = ମନସ୍ତାପ
    କ/ପ ପୂର୍ବରେ ବିସର୍ଗ → ଷ୍ ବା ସ୍ଦୁଃ + କର୍ମ = ଦୁଷ୍କର୍ମ; ନମଃ + କାର = ନମସ୍କାର; ନିଃ + ଫଳ = ନିଷ୍ଫଳ

    ଅଭ୍ୟାସ ପାଇଁ ସନ୍ଧି ଉଦାହରଣ

    ସନ୍ଧିପଦସନ୍ଧିବିଚ୍ଛେଦ
    ଏକାଧିକଏକ + ଅଧିକ
    ତୃଣାଙ୍କୁରତୃଣ + ଅଙ୍କୁର
    ଅନାଥାଶ୍ରମଅନାଥ + ଆଶ୍ରମ
    ବିଦ୍ୟାଧିପତିବିଦ୍ୟା + ଅଧିପତି
    ଦୁର୍ଗାଷ୍ଟମୀଦୁର୍ଗା + ଅଷ୍ଟମୀ
    କବୀନ୍ଦ୍ରକବି + ଇନ୍ଦ୍ର
    ହରୀଶହରି + ଈଶ
    ଭବାନୀଶଭବାନୀ + ଈଶ
    ପୃଥ୍ୱୀଶ୍ୱରପୃଥ୍ୱୀ + ଈଶ୍ୱର
    ସିନ୍ଧୂର୍ମିସିନ୍ଧୁ + ଊର୍ମି
    ଗଜେନ୍ଦ୍ରଗଜ + ଇନ୍ଦ୍ର
    ଶୁଭେଚ୍ଛାଶୁଭ + ଇଚ୍ଛା
    ଭୁବନେଶ୍ୱରୀଭୁବନ + ଈଶ୍ୱରୀ
    କମଳେଶ୍ୱରକମଳା + ଈଶ୍ୱର
    କୁମାରୋତ୍ସବକୁମାର + ଉତ୍ସବ
    ଦୁର୍ଗୋତ୍ସବଦୁର୍ଗା + ଉତ୍ସବ
    ଦିଗନ୍ତଦିକ୍ + ଅନ୍ତ
    ଜଗଦୀଶ୍ୱରଜଗତ୍ + ଈଶ୍ୱର
    ବାଗ୍ଦେବୀବାକ୍ + ଦେବୀ
    ଜଗଦ୍ବନ୍ଧୁଜଗତ୍ + ବନ୍ଧୁ
    ଶରଚ୍ଚନ୍ଦ୍ରଶରତ୍ + ଚନ୍ଦ୍ର
    ସଚ୍ଛାତ୍ରସତ୍ + ଛାତ୍ର
    ତଜ୍ଝଙ୍କାରତତ୍ + ଝଙ୍କାର
    ଉଡ୍ଡୟନଉତ୍ + ଡୟନ
    ବିଦ୍ୟୁଲ୍ଲତାବିଦ୍ୟୁତ୍ + ଲତା
    ଉଚ୍ଛୃଙ୍ଖଳଉତ୍ + ଶୃଙ୍ଖଳ
    ଜଗନ୍ନାଥଜଗତ୍ + ନାଥ
    ଉନ୍ମତ୍ତଉତ୍ + ମତ୍ତ
    ଅନ୍ତରଙ୍ଗଅନ୍ତଃ + ଅଙ୍ଗ
    ପୁନର୍ଜନ୍ମପୁନଃ + ଜନ୍ମ
    ନିରାକାରନିଃ + ଆକାର
    ଦୁର୍ଗତିଦୁଃ + ଗତି
    ଦୁର୍ଯୋଗଦୁଃ + ଯୋଗ
    ଆୟୁର୍ହାନିଆୟୁଃ + ହାନି
    ଅତଏବଅତଃ + ଏବ
    ଯଶୋଗାଥାଯଶଃ + ଗାଥା
    ତମୋମୟତମଃ + ମୟ
    ନଭଶ୍ଚରନଭଃ + ଚର
    ମନସ୍ତାପମନଃ + ତାପ
    ନିଷ୍ପାପନିଃ + ପାପ

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.