| # | ନିୟମ | ଉଦାହରଣ |
|---|
| ୧ | ପଦ ମଧ୍ୟରେ ‘ଋ’, ‘ର’, ‘ଷ’ ପରେ ‘ନ’ ଥିଲେ ‘ନ’ ସ୍ଥାନରେ ‘ଣ’ ହୁଏ। | ଋଣ, ତୃଣ, ଘୃଣା, ମସୃଣ, କୃଷ୍ଣ, ବିଶେଷଣ, ଭୂଷଣ, ବର୍ଣ୍ଣ, କର୍ଣ୍ଣ, ସ୍ୱର୍ଣ୍ଣ, ପୂର୍ଣ୍ଣ, ବିଦୀର୍ଣ୍ଣ, ନିର୍ଣ୍ଣୟ, ବିଷ୍ଣୁ, ଜିଷ୍ଣୁ, ତୃଷ୍ଣା |
| ୨ | ‘ଋ’, ‘ର’, ‘ଷ’ ପରେ ସ୍ୱରବର୍ଣ୍ଣ, କ-ବର୍ଗ (କ ଖ ଗ ଘ), ପ-ବର୍ଗ (ପ ଫ ବ ଭ ମ), ଯ, ଵ, ହ ଓ ଅନୁସ୍ୱାର ମଧ୍ୟରୁ ଏକ ବା ଏକାଧିକ ବର୍ଣ୍ଣ ବ୍ୟବଧାନ ଥିଲେ ମଧ୍ୟ ‘ନ’ ସ୍ଥାନରେ ‘ଣ’ ହୁଏ। | ମରଣ, ତରଣ, ଶରଣ, କରଣ, ବରୁଣ, ଅର୍ପଣ, ଦର୍ପଣ, ତର୍ପଣ, ହରଣ, କୃପଣ, ବ୍ରାହ୍ମଣ, ଶ୍ରବଣ, ଭୀଷଣ, ଭାଷଣ, ଦୂଷଣ, ପ୍ରୟାଣ, ପ୍ରମାଣ, ପାଷାଣ, ଆକ୍ରମଣ, ପ୍ରିୟମାଣ, ଆରୋହଣ, ବୃଂହଣ, ରେଣୁ, ଦ୍ରୋଣ |
| ୩ | ବ୍ୟତିକ୍ରମ: ‘ର’, ‘ଋ’, ‘ଷ’ ପରେ ଅନ୍ୟ ବର୍ଣ୍ଣର ବ୍ୟବଧାନ (ଚ-ବର୍ଗ, ତ-ବର୍ଗ, ଶ ଆଦି) ଥିଲେ ‘ନ’ ସ୍ଥାନରେ ‘ଣ’ ହୁଏ ନାହିଁ। | ଦର୍ଶନ, କୀର୍ତ୍ତନ, ଅର୍ଜୁନ, ରଚନା, ବର୍ଦ୍ଧନା, ମାର୍ଜନା, ମୂର୍ଚ୍ଛନା |
| ୪ | ପୂର୍ବପଦ ଶେଷରେ ‘ର’, ‘ଋ’, ‘ଷ’ ଓ ପରପଦ ଆରମ୍ଭରେ ‘ନ’ ଥିଲେ (ସମାସରେ) ‘ନ’ ସ୍ଥାନରେ ‘ଣ’ ହୁଏ ନାହିଁ। | ଦୁର୍ନାମ, ନରନାଥ, ସର୍ବନାମ, ତ୍ରିନେତ୍ର, ହରିନାମ, ମୃଗନାଭି, ସର୍ବନାଶ, ଦୁର୍ନୀତି |
| ଏହି ନିୟମର ବ୍ୟତିକ୍ରମ (ଏଠାରେ ‘ଣ’ ହୁଏ): | ରାମାୟଣ, ଉତ୍ତରାୟଣ, ନାରାୟଣ, ସୂର୍ପଣଖା |
| ୫ | ଟ-ବର୍ଗଯୁକ୍ତ (ଟ ଠ ଡ ଢ) ‘ନ’ ‘ଣ’ ହୁଏ। | ବଣ୍ଟନ, ଲୁଣ୍ଠନ, ଭାଣ୍ଡ, ଖଣ୍ଡ, କଣ୍ଟକ, ମଣ୍ଡନ, ଖଣ୍ଡନ |
| ୬ | ତ-ବର୍ଗଯୁକ୍ତ (ତ ଥ ଦ ଧ) ‘ନ’, ‘ଣ’ ହୁଏ ନାହିଁ। | କ୍ରାନ୍ତି, ଗ୍ରନ୍ଥ, ବୃନ୍ଦ, କ୍ରନ୍ଦନ, ଚନ୍ଦନ, କୁନ୍ତଳ |
| ୭ | ‘ପ୍ର’, ‘ପରା’, ‘ପରି’, ‘ନିର୍’ ଉପସର୍ଗ ପରେ ‘ନମ୍’, ‘ନୀ’ ପ୍ରଭୃତି କେତେକ ସ୍ୱତନ୍ତ୍ର ଧାତୁ ଥିଲେ ସେହି ‘ନ’ ‘ଣ’ ହୁଏ। | ପ୍ରଣତି, ପ୍ରଣାମ, ପ୍ରଣୟ, ପରାକରଣ, ପରିଣତି, ପରିଣାମ, ନିର୍ମାଣ, ନିର୍ଣ୍ଣୟ |
| ୮ | ପଦାନ୍ତ ହସନ୍ତ ‘ନ୍’, ‘ଣ୍’ ହୁଏ ନାହିଁ। | ଶ୍ରୀମାନ୍, ମହୀୟାନ୍, ଗରୀୟାନ୍, ଲଘୀୟାନ୍ |
| ୯ | ଏହି ନିୟମ ନମାନି କେତେକ ଶବ୍ଦରେ ସ୍ୱାଭାବିକ ‘ଣ’ ଥାଏ। | କଣ, କଣା, କଙ୍କଣ, କୋଣ, ଗଣ, ଗଣିତ, ଗୁଣ, କିଣି, ପାଣି, ଏଣୁ, ଅଣିମା |
| # | ନିୟମ | ଉଦାହରଣ |
|---|
| ୧ | ‘ଅ’, ‘ଆ’ ଭିନ୍ନ ସ୍ୱରବର୍ଣ୍ଣ ପରେ ‘ସ’ ଥିଲେ ତାହା ‘ଷ’ ହୁଏ। ମଝିରେ ‘କ’ ଓ ‘ର’ ଥିଲେ ମଧ୍ୟ ହୁଏ। | ଅନୁଷ୍ଠାନ, ଅଭିଷେକ, ଆବିଷ୍କାର, ଈର୍ଷା, ନିଷାଦ, ପରିଷ୍କାର, ପରିଷଦ, ବିଷମ, ବିଷାଦ, ଭବିଷ୍ୟତ, ଯୁଧିଷ୍ଠିର, ଶୁଶ୍ରୂଷା |
| ବ୍ୟତିକ୍ରମ (ଏଠାରେ ‘ସ’ ହୁଏ): | ଅନୁସନ୍ଧାନ, ଅନୁସରଣ, ଅଭିସାର, ନିସର୍ଗ, ନିସ୍ତାର, ନୈସର୍ଗିକ, ପରିସର, ବିସର୍ଗ, ବିସର୍ଜନ, ବିସ୍ତାର, ବିସ୍ତୃତି |
| ୨ | ‘ସାତ୍’ ପ୍ରତ୍ୟୟ ସମ୍ବନ୍ଧୀୟ ‘ସ’, ‘ଷ’ ହୁଏ ନାହିଁ। | ଅଗ୍ନିସାତ୍, ଉଦରସାତ୍, ଧୂଳିସାତ୍, ଭସ୍ମସାତ୍, ଆତ୍ମସାତ୍ |
| ୩ | କେତେକ ଶବ୍ଦରେ ସ୍ୱାଭାବିକ ‘ଷ’ ଥାଏ। | ଆଷାଢ, ଉଷା, ଓଷ୍ଠ, କୃଷକ, ଚାଷ, ତୋଷ, ଦୂଷଣ, ପାଷାଣ, ପୁରୁଷ, ପୋଷ, ବର୍ଷ, ବିଷ, ବିଷୟ, ଭାଷା, ଭୂଷଣ, ମନୀଷା, ମେଷ, ରୋଷ, ଷୋଡ଼ଶ, ହର୍ଷ, ମହିଷ |
| ୪ | ଏକ ପଦରେ ‘ଋ’-କାର ପରେ ଥିବା ‘ସ’, ‘ଷ’ ହୁଏ। | କୃଷକ, କୃଷ୍ଣ, ତୃଷ୍ଣା, ବୃଷଭ (କ୍ + ଷ = କ୍ଷ) |
| ୫ | ସାଧାରଣତଃ ଦେଶଜ ଓ ବୈଦେଶିକ ଶବ୍ଦରେ ‘ଷ’ ହୁଏ ନାହିଁ। | ହିସାବ, ବାକ୍ସ, ନୋଟିସ୍, ସ୍କୁଲ, ହାସପାତାଳ, ଲସ୍କର, ଗୋସାଇଁ, କୋସିସ୍ |