Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଅନେକାର୍ଥ ଓ ସମୋଚ୍ଚାରିତ ଶବ୍ଦ — Practice MCQs

Words with many meanings, similar-sounding words

On this page

    Practise 131 questions on this topic
    Learn mode or test mode, with explanations
    Start →

    ଅନେକାର୍ଥ, ଯୁଗ୍ମ ଓ ଧ୍ୱନ୍ୟାତ୍ମକ ଶବ୍ଦ — ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ଶବ୍ଦଭଣ୍ଡାର ଅଧ୍ୟାୟ।

    ଅନେକାର୍ଥବୋଧକ ଶବ୍ଦ

    ଶବ୍ଦଅର୍ଥ
    ଅଙ୍କସଂଖ୍ୟା, ଚିହ୍ନ, କ୍ରୋଡ଼, କଳଙ୍କ, ଗଣିତ, ନାଟକର ବିଭାଗ
    ଅଜାମାଈଛେଳି, ମା’ଙ୍କର ବାପା
    ଅନନ୍ତଈଶ୍ୱର, ବାସୁକି, ଆକାଶ, ବାସୁଦେବ
    ଅମ୍ବରଆକାଶ, ବସ୍ତ୍ର
    ଅର୍ଥଧନ, ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ, ପ୍ରୟୋଜନ, ମୁଦ୍ରା
    ଆଳୀସମୂହ, ସଖୀ, ଭ୍ରମର
    ଈଶଈଶ୍ୱର, ପ୍ରଭୁ, ସ୍ୱାମୀ, ରାଜା, ଶିବ
    ଉତ୍ତରପ୍ରଶ୍ନର ଜବାବ, ଦିଗବିଶେଷ, ପରବର୍ତ୍ତୀ, ଭବିଷ୍ୟତ
    କଟକନଗର, ଶିବିର, ରାଜଧାନୀ, ବଳୟ, ଦୁର୍ଗ
    କରହାତ, ହସ୍ତୀର ଶୁଣ୍ଢ, ଖଜଣା, କିରଣ
    କାଳସମୟ, ମୃତ୍ୟୁ, ଯମ
    କାଳିସ୍ୟାହି, ଉଧାର ବା ବାକି
    ଗଣ୍ଡଗଭୀର ଜଳଭାଗ, ନିର୍ବୋଧ, ଜନଜାତିବିଶେଷ, ଗାଲ
    ଗୁରୁଶିକ୍ଷକ, ପିତା, ବୃହସ୍ପତି, ଶ୍ରେଷ୍ଠ, ଓଜନିଆ
    ଘନମେଘ, ବହଳ, ନିବିଡ଼, ଜମାଟ
    ଚକ୍ରୀସର୍ପ, ବିଷ୍ଣୁ, କୁମ୍ଭକାର, କୂଟକୌଶଳୀ, ଚକ୍ରବାକ
    ଜୀବନପ୍ରାଣ, ଜଳ, ପବନ
    ତୀରଶର, କୂଳ
    ଦଳପତ୍ର, ପାଖୁଡ଼ା, ସମୂହ, ପଲ, ପକ୍ଷ
    ଦଣ୍ଡବ୍ୟାୟାମବିଶେଷ, ମୁହୂର୍ତ୍ତ, ଯଷ୍ଟି, ଜୋରିମାନା, ଶାସ୍ତି
    ଦ୍ୱିଜବ୍ରାହ୍ମଣ, ଦନ୍ତ, ପକ୍ଷୀ, କ୍ଷତ୍ରିୟ, ବୈଶ୍ୟ
    ପକ୍ଷମାସାର୍ଦ୍ଧ, ପର, ଡେଣା, ଦଳ, ସହାୟ
    ପାଗପଗଡ଼ି, ରନ୍ଧନ, ଜଳବାୟୁର ପ୍ରାକୃତିକ ଅବସ୍ଥା
    ପୁରଗୃହ, ନଗର, ଦେହ, ଗ୍ରାମ
    ପୂରପୂରଣ, ପ୍ରବାହ, ସମୂହ, ଜଳରାଶି
    ବନବଣ, ଜଳ, କୁଞ୍ଜ
    ବରବୃକ୍ଷବିଶେଷ, ଆଶୀର୍ବାଦ, ଶ୍ରେଷ୍ଠ, ଉତ୍କୃଷ୍ଟ, ସ୍ୱାମୀ
    ବର୍ଣ୍ଣଜାତି, ରଙ୍ଗ, ଅକ୍ଷର, ସୌନ୍ଦର୍ଯ୍ୟ
    ବାରଥର, ଦ୍ୱାଦଶ ସଂଖ୍ୟାକ, ପାଳି, ସପ୍ତାହର ବିଭିନ୍ନ ଦିବସ
    ବାସଅବସ୍ଥାନ, ଗୃହ, ବସ୍ତ୍ର, ସୁଗନ୍ଧ
    ଭୂତଅତୀତ, ଶିବାନୁଚର, ପ୍ରାଣୀ, ପ୍ରେତ
    ମଧୁପୁଷ୍ପରସ, ମଦ୍ୟ, ଚୈତ୍ର, ବସନ୍ତ, ମଧୁର
    ମଧୁପଭ୍ରମର, ମହୁମାଛି, ମଦ୍ୟପ
    ଯୋଗମିଳନ, ସମ୍ପର୍କ, ଧ୍ୟାନ, ତପସ୍ୟା, ଶୁଭକାଳ, ସୁବିଧା, ମିଶ୍ରଣ
    ରଙ୍ଗପରିହାସ, ଆମୋଦ, ଭଙ୍ଗୀ
    ରାଗକ୍ରୋଧ, ଅନୁରାଗ, ସ୍ୱର
    ଶ୍ରୀଲକ୍ଷ୍ମୀ, ସରସ୍ୱତୀ, ଐଶ୍ୱର୍ଯ୍ୟ, ସୌଭାଗ୍ୟ, ସୌନ୍ଦର୍ଯ୍ୟ
    ଶ୍ରୁତିକାନ, ଶ୍ରବଣ, ବେଦ, କିମ୍ବଦନ୍ତୀ, ପ୍ରବାଦ
    ସାରଙ୍ଗମୃଗ, କୋକିଳ, ମୟୂର, ଭ୍ରମର, ଚାତକ, ମୁନି, ସିଂହ, ହସ୍ତୀ, କନ୍ଦର୍ପ
    ସୁରସ୍ୱର, ରାଗିଣୀ, ଦେବତା, ସୂର୍ଯ୍ୟ, ପଣ୍ଡିତ
    ହରିବିଷ୍ଣୁ, ଇନ୍ଦ୍ର, ଅଶ୍ୱ, ଯମ, ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ସିଂହ, ପଶୁ, ସର୍ପ, ଭେକ, ହଂସ, ବାନର, ମୟୂର, ଶୁକ

    ଯୁଗ୍ମ ଶବ୍ଦ

    ପ୍ରକାରଉଦାହରଣ
    ସମାନାର୍ଥକ ଯୁଗ୍ମଧାନଚାଉଳ, ନଈନାଳ, କଥାବାର୍ତ୍ତା, ସୁନାରୁପା, କୂଅପୋଖରୀ, ଦିଅଁଦେବତା, ଟଙ୍କାପଇସା, ଥଟ୍ଟାତାମସା
    ବିପରୀତାର୍ଥକ ଯୁଗ୍ମଆକାଶପାତାଳ, ଲାଭକ୍ଷତି, ମାନଅପମାନ, ଦୁଃଖସୁଖ, ଭଲମନ୍ଦ, ପାପପୁଣ୍ୟ, ହାନିଲାଭ, ଆଦାନପ୍ରଦାନ
    ସାର୍ଥକ-ନିରର୍ଥକ ଯୁଗ୍ମକାମଦାମ, ସଜବାଜ, ପେଟପାଟଣା, ହିସାବକିତାବ, ଖର୍ଚ୍ଚବାର୍ଚ୍ଚ, ଗାଁଗଣ୍ଡା
    ଏକଜାତୀୟ କ୍ରିୟାଯୁକ୍ତ ଯୁଗ୍ମଦେଖାଦେଖି, ଲେଖାଲେଖି, ଖୋଲାଖୋଲି, ବକାବକି, କିଣାକିଣି, ଲଗାଲଗି, ଖେଳାଖେଳି, ଧରାଧରି
    ଦ୍ୱିରୁକ୍ତ ଯୁଗ୍ମହସହସ, ଜଳଜଳ, ଝଳଝଳ, ଘରଘର, ଖାଇଖାଇ, ଯାଇଯାଇ, ଦେଇଦେଇ, ନେଇନେଇ

    ଧ୍ୱନ୍ୟାତ୍ମକ ଶବ୍ଦ

    ଶବ୍ଦବାକ୍ୟ
    କଳକଳନଦୀର କଳକଳ ନାଦ ପ୍ରାଣକୁ ପୁଲକିତ କରେ।
    କୁଳୁକୁଳୁପାହାଡ଼ୀ ଝରଣାଟି କୁଳୁକୁଳୁ ନାଦରେ ବହିଯାଉଛି।
    କଟକଟସିନ୍ଦୁକ ଭିତରୁ ମୂଷାର କଟକଟ ଶବ୍ଦ ଶୁଭୁଛି।
    କଡ଼କଡ଼କେତେକ ଲୋକ କ୍ରୋଧରେ ଦାନ୍ତ କଡ଼କଡ଼ କରନ୍ତି।
    କା କାସକାଳେ କୁଆର କା କା ଗାବ ଶୁଣାଯାଏ।
    କିରିକିରିଦେଖ, ଝିଅଟା କେମିତି କିରିକିରି ହୋଇ ହସୁଛି।
    ଖସ୍ଖସ୍ଶୁଖିଲା ପତ୍ର ଉପରେ ଚାଲିଲେ ଖସ୍ଖସ୍ ଶବ୍ଦ ହୁଏ।
    ଖଲିଖଲିଅର୍ପିତାର ଖଲିଖଲି ହସ ବେଶ୍ ମନହୁଅଁ।
    ଘଡ଼ଘଡ଼ଶିଶୁଟିର କଫରେ ଡଣ୍ଟି ଘଡ଼ଘଡ଼ ହେଉଛି।
    ଘୁଘୁସମୁଦ୍ରର ଘୁଘୁ ଶବ୍ଦ କାନରେ ଅତଡ଼ା ପକାଏ।
    ଝମ୍ଝମ୍ଘୁଙ୍ଗୁରର ଝମ୍ଝମ୍ ଶବ୍ଦ ନୃତ୍ୟସ୍ଥଳକୁ ଆମୋଦିତ କଲା।
    ଝରଝରଝରଣା ଝରଝର ଡାନରେ ବହି ଚାଲିଛି।
    ଟିକ୍ଟିକ୍ଘଣ୍ଟା ଟିକ୍ଟିକ୍ ହୋଇ ଚାଲିଥାଏ।
    ଟପ୍ଟପ୍ଚାଳରୁ ଟପ୍ଟପ୍ ପାଣି ପଡୁଛି।
    ଧଡ଼ଧଡ଼ସାମାନ୍ୟ ଭୟରେ କେତେକଙ୍କର ଛାତି ଧଡ଼ଧଡ଼ ହୁଏ।
    ଫଟ୍ଫଟ୍ମଟର ସାଇକେଲ ଫଟ୍ଫଟ୍ ଶବ୍ଦ କରି ଚାଲିଗଲା।
    ଧୁମ୍ଧୁମ୍ଦୁଷ୍ଟାମି କରିବାରୁ ପିଲାଟିର ବାପା ଧୁମ୍ଧୁମ୍ କରି ତା ପିଠିରେ ଦୁଇବିଧା ଲଦିଦେଲେ।
    ଫଡ଼ଫଡ଼ପକ୍ଷୀମାନେ ଡେଣା ଫଡ଼ଫଡ଼ କରି ଉଡ଼ିଯାଆନ୍ତି।
    ମେଁମେଁଛେଳି ମେଁମେଁ କରି ବୋବାଏ।
    ପଚ୍ପଚ୍ବର୍ଷାରେ ରାସ୍ତାଟା କାଦୁଆ ପଚ୍ପଚ୍ ହୋଇଛି।
    ବଂବଂଶିବ ମନ୍ଦିରରୁ ଭକ୍ତମାନଙ୍କର ବଂବଂ ଧ୍ୱନି ଶୁଣାଯାଉଛି।

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.