Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ଅବ୍ୟୟ — Practice MCQs (ସେଟ୍ ୨)

Indeclinables

On this page

    Practise 195 questions on this topic
    Learn mode or test mode, with explanations
    Start →

    ଅବ୍ୟୟ — ବିସ୍ତୃତ ନୋଟ୍ସ୍

    ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — କ୍ରିୟା ଅଧ୍ୟାୟ

    ୧. ଅବ୍ୟୟ କଣ?

    ୨. ଅବ୍ୟୟର ପ୍ରକାର — ପରିଭାଷା, ଉଦାହରଣ, ବ୍ୟବହାର

    #ପ୍ରକାରପରିଭାଷାଉଦାହରଣବାକ୍ୟ
    1ସଂଯୋଜକ ଅବ୍ୟୟଯେଉଁ ଅବ୍ୟୟ ଦୁଇ ବା ଅଧିକ ପଦ ବା ବାକ୍ୟକୁ ସଂଯୋଗ କରେଓ · ଏବଂ · ଆଉ · ଆହୁରି · ପୁଣି · ମଧ୍ୟ · ଫେରେ · ପୁନଶ୍ଚବିଧୁ ଓ ସାଧୁ ଦୁଇଭାଇ
    2ବିଯୋଜକ ଅବ୍ୟୟଯେଉଁ ଅବ୍ୟୟ ଦୁଇଟି ପଦ ବା ବାକ୍ୟର ଅର୍ଥକୁ ବିଯୋଗ (ପୃଥକ୍) କରେକିନ୍ତୁ · ମାତ୍ର · ତଥାପି · ପରନ୍ତୁ · ଅଥଚଦେଶ ସ୍ୱାଧୀନ ହୋଇଛି; କିନ୍ତୁ ଲୋକଙ୍କ ଦୁଃଖ ଦୂର ହୋଇନି
    3ସମୟସୂଚକ ଅବ୍ୟୟ (କାଳବୋଧକ)ଯେଉଁ ଅବ୍ୟୟ କାଳ ବା ସମୟକୁ ବୁଝାଏଏବେ · କେବେ · ସେବେ · ଏହିକ୍ଷଣି · ଅଧୁନା · ସର୍ବଦା · ସମ୍ପ୍ରତି · ଯେତେବେଳେ · ସେତେବେଳେ · ହଠାତ୍ଏହିକ୍ଷଣି ମୁଁ ଜଟକରୁ ଆସି ଘରେ ପହଞ୍ଚିଲି
    4ସମ୍ବୋଧନସୂଚକ ଅବ୍ୟୟଯେଉଁ ଅବ୍ୟୟ କାହାରିକୁ ଡାକିବା ବା ସମ୍ବୋଧନ କରିବା ପାଇଁ ବ୍ୟବହୃତ ହୁଏହେ · ଆହେ · ହଇହେ · ଆରେ · ଗୋ · ଆଗୋ · ଲୋ · ଆଲୋ · ଆବେହେ ନାରାୟଣ, ଆଉ କେତେଦିନ ଏ କଷଣ ଦେଉଥିବ?
    5ସମ୍ଭାବନାସୂଚକ ଅବ୍ୟୟଯେଉଁ ଅବ୍ୟୟ ସମ୍ଭାବନା ପ୍ରକାଶ କରେଯଦି · କାଳେ · ଯଦ୍ୟପିସେ ବର୍ଷାରେ ଯଦି ଆସିବ, ବଡ଼ ହଇରାଣ ହେବ
    6ନିଷେଧାର୍ଥକ ଅବ୍ୟୟଯେଉଁ ଅବ୍ୟୟଦ୍ୱାରା ନିଷେଧ ବା ବାରଣ ସୂଚିତ ହୁଏନ · ନା · ନିନ କଲା କାମ କର ନାହିଁ
    7ହେତୁବୋଧକ ଅବ୍ୟୟଯେଉଁ ଅବ୍ୟୟ ହେତୁ ବା କାରଣ ପ୍ରକାଶ କରେଏଣୁ · ତେଣୁ · ଯେଣୁ · ସୁତରାଂ · ଅତଏବ · କାହିଁକିନାକାଲି ମୋତେ ଜ୍ୱର ହୋଇଥିଲା, ତେଣୁ ମୁଁ ସ୍କୁଲକୁ ଯାଇନଥିଲି
    8ସାଦୃଶ୍ୟବୋଧକ ଅବ୍ୟୟଯେଉଁ ଅବ୍ୟୟ ସାଦୃଶ୍ୟ ବୁଝାଏଯଥା · ଯେପରି · ସେପରି · ଏପରି · ପ୍ରାୟ · ଏମନ୍ତ · ଯେମନ୍ତ · ତେମନ୍ତ · ଏମିତି · ଯେମିତି · ସେମିତିମିଶିଯାଏ ଯଥା ପ୍ରଭାତୀ ତାରା ରବିକିରଣେ
    9ବୀପ୍ସାର୍ଥକ ଅବ୍ୟୟଯେଉଁ ଅବ୍ୟୟ ବାରମ୍ବାର ଅର୍ଥ ପ୍ରକାଶ କରେବାରୟାର · ପୁନଃପୁନଃ · ମୁହୁର୍ମୁହୁଃ · ଥରକୁଥର · ଲଗାତରବାରୟାର ସେ କଥା ମୋ ଆଗରେ କାହିଁକି କହୁଛ?
    10ବିସ୍ମୟସୂଚକ ଅବ୍ୟୟ (ଭାବବାଚକ)ଯେଉଁ ଅବ୍ୟୟଦ୍ୱାରା ହର୍ଷ, ବିଷାଦ, ଘୃଣା, ପ୍ରଶଂସା ଓ ବିସ୍ମୟ ଆଦି ମନର ଭାବ ପ୍ରକାଶ ପାଏଆହା · ହା · ହାୟ · ଓଃ · ଓହୋ · ଅହୋ · ଛି · ସାବାସ · ବାହାବା · ବାଃଆହା, ଦଇବ ତା’ କପାଳକୁ କ’ଣ ଏଇୟା ଲେଖିଥିଲା!
    11ବିକଳ୍ପାର୍ଥକ ଅବ୍ୟୟଯାହାଦ୍ୱାରା ବିକଳ୍ପ ଅର୍ଥ ପ୍ରକାଶ ପାଏଅବା · ଅଥବା · ନତୁବା · ନୋହିଲେତୁମେ ଅବା ତପନ ମୋପାଇଁ ପଦେ କହିଥାନ୍ତ
    12ବିଭକ୍ତିସୂଚକ ଅବ୍ୟୟଯେଉଁ ଅବ୍ୟୟ ବିଭକ୍ତିର ସୂଚନା ଦିଏମାନେ · ଗୁଡ଼ିକ · ମାନଙ୍କୁ · ଦ୍ୱାରା · ଠାରୁକୃଷକମାନେ ଦେଶର ମେରୁଦଣ୍ଡ
    13ପରିମାଣସୂଚକ ଅବ୍ୟୟଯେଉଁ ଅବ୍ୟୟ ପରିମାଣ ପ୍ରକାଶ କରେଏତେ · ଯେତେ · ତେତେ · ସେତେ · ଏତିକି · ଯେତିକି · ସେତିକିତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା ଖାଠ
    14ସମ୍ମତିସୂଚକ ଅବ୍ୟୟଯେଉଁ ଅବ୍ୟୟଦ୍ୱାରା ସମ୍ମତି ବା ସ୍ୱୀକୃତି ସୂଚିତ ହୁଏହଁ · ଆଜ୍ଞା · ଅବଶ୍ୟ · ନିଶ୍ଚୟ · ସିନାମୋର ସବୁକଥାରେ ତୁମେ ହଁ କରୁଛ; କିନ୍ତୁ ଗୋଟିଏ ହେଲେ କାମ କରୁନାହଁ
    15ପ୍ରଶ୍ନସୂଚକ ଅବ୍ୟୟଯେଉଁ ଅବ୍ୟୟ କାହାକୁ ପ୍ରଶ୍ନ କରିବା ସମୟରେ ବ୍ୟବହୃତ ହୁଏକଅଣ · ଟିକି · କିଆଁ · କିମ୍ପାଇଁପାଣିପାଗ ବିଷୟରେ ଆକାଶବାଣୀ କଅଣ କହୁଛି?
    16କ୍ରମବୋଧକ ଅବ୍ୟୟଯେଉଁ ଅବ୍ୟୟଦ୍ୱାରା କାର୍ଯ୍ୟର କ୍ରମ ବୁଝାଯାଏକ୍ରମେକ୍ରମେ · ଧୀରେଧୀରେ · ଆସ୍ତେଆସ୍ତେ · ମନ୍ଦମନ୍ଦସୂର୍ଯ୍ୟ କ୍ରମେକ୍ରମେ ପାଲେରିର ଆରପାରିରେ ଅସ୍ତ ଗଲେ
    17ଶବ୍ଦାନୁକାରୀ ଅବ୍ୟୟ (ଧ୍ୱନିସୂଚକ)ଶବ୍ଦ ବା ଧ୍ୱନିକୁ ଅନୁକରଣ କରୁଥିବା ଅବ୍ୟୟମଡ଼ମଡ଼ · ଧଡ଼ଧଡ଼ · ଚଡ଼ଚଡ଼ · ଖଡ଼ଖଡ଼ · ଭଡ଼ଭଡ଼ · ମଟମଟ · ଫଟଫଟ · ଘୁଘୁ · ଟମ୍ଟମ୍ · କେଁକେଁଗଛଟା ମଡ଼ମଡ଼ କରି ଭାଙ୍ଗିଗଲା
    18ଆଳଙ୍କାରିକ ଅବ୍ୟୟବାକ୍ୟର ସୌନ୍ଦର୍ଯ୍ୟବୃଦ୍ଧି ଓ ଗୁରୁତ୍ୱ ପ୍ରକାଶ ପାଇଁ ବ୍ୟବହୃତ ଅବ୍ୟୟଆଚ୍ଛା · ଯେ · ମଆଚ୍ଛା, ତୁମେ ଆସିଲେ କଅଣଟା ବା ହୋଇଯିବ?
    19ପଦାନ୍ୱୟୀ ଅବ୍ୟୟଯେଉଁ ଅବ୍ୟୟ ପଦ ଯୋଗରେ ବିଶେଷ୍ୟ ପଦ ବିଭକ୍ତିଯୁକ୍ତ ହୁଏ ଓ ବିଶେଷ୍ୟ ପଦ ସହିତ ଅନ୍ୱୟ ଥାଏବିନା · ପ୍ରତି · ସହ · ଅପେକ୍ଷା · ସହିତ · ନିମିତ୍ତ · ପର୍ଯ୍ୟନ୍ତ · ଛଡ଼ା · ତୁଲ୍ୟତୁମ୍ଭ ବିନା ମୋର ନାହିଁ ଗତି
    20ପଦବିକାରୀ (ନିରର୍ଥକ) ଅବ୍ୟୟଯେଉଁ ଅବ୍ୟୟ ବିକୃତ ଅବସ୍ଥାରେ ମୂଳପଦ ସହିତ ଯୁକ୍ତ ହୋଇ ସେହି ପଦର ଅର୍ଥରେ ନୂତନତା ଦିଏ ଓ ସ୍ୱତନ୍ତ୍ର ପଦ ଭାବରେ ଅର୍ଥହୀନ ହୁଏଫମି · ଝିଲା · ବାକର · ବାକିରିତୁମର ଏ ଜମି ଫମି କଥା ମୁଁ ବୁଝିପାରିବିନି

    ୩. ଉପସର୍ଗ (ପୂର୍ବ ପ୍ରତ୍ୟୟ)

    ଶବ୍ଦଅର୍ଥ
    ପ୍ରହାରମାଡ଼
    ସଂହାରବିନାଶ
    ଉପହାରଉପଢ଼ୌକନ
    ପରିହାରତ୍ୟାଗ
    ଆହାରଭୋଜନ
    ବିହାରଭ୍ରମଣ
    ଆକାରଆକୃତି
    ପ୍ରକାରଶ୍ରେଣୀ
    ଉପକାରହିତ
    ଅପକାରକ୍ଷତି
    ଅଧିକାରକ୍ଷମତା
    ଅନୁକରଣନକଲ
    ପ୍ରବାଦକିମ୍ବଦନ୍ତୀ
    ଅପବାଦନିନ୍ଦା
    ସମ୍ବାଦଖବର
    ବିବାଦକଳହ
    ଅନୁବାଦଭାଷାନ୍ତରୀକରଣ
    ଆଗ୍ରହଆଦର
    ବିଗ୍ରହମୂର୍ତ୍ତି
    ନିଗ୍ରହଦଣ୍ଡ
    ଅନୁଗ୍ରହଦୟା
    ପରିଗ୍ରହଗ୍ରହଣ
    ସଞ୍ଚାରଗତି
    ଆଚାରବ୍ୟବହାର
    ଉପଚାରଚିକିତ୍ସା
    ଅତିଚାରଲଂଘନ
    ପ୍ରଚାରଘୋଷଣା

    ⚡ ପରୀକ୍ଷା ଟିପ୍ସ୍ / ଭ୍ରମ ଏଡ଼ାନ୍ତୁ

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.