Menu
Home
CUET UG
CUET Home Subjects Notes Quizzes Solutions Mock Tests Blog
OPSC
OPSC Home OAS Preparation Question Papers Syllabus Practice MCQs Optional Subjects
Ask a Query
📱 Download BYTE App
About Contact Privacy
Home MCQs App

ରୂଢ଼ି ପ୍ରୟୋଗ ଓ ଲୋକବାଣୀ — Practice MCQs (ସେଟ୍ ୪)

Idioms, ଢଗ-ଢମାଳି

On this page

    Practise 258 questions on this topic
    Learn mode or test mode, with explanations
    Start →

    ରୂଢ଼ି ପ୍ରୟୋଗ (କ୍ରିୟାଯୁକ୍ତ ରୂଢ଼ି) — ନୋଟ୍ସ୍

    ଯେଉଁ ଶବ୍ଦଗୁଚ୍ଛ ନିଜର ସାଧାରଣ ଅର୍ଥ ଛାଡ଼ି ଏକ ବିଶେଷ ଅର୍ଥ ପ୍ରକାଶ କରେ, ତାହାକୁ ରୂଢ଼ି ପ୍ରୟୋଗ କୁହାଯାଏ। ଯେପରି — ଆଖିରେ ନାଚିବା ଅର୍ଥ ଆଖିରେ ନାଚିବା ନୁହେଁ, ମନେପଡ଼ିବା। ଏହି ପୃଷ୍ଠାରେ ‘ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ’ ର କ୍ରିୟାଯୁକ୍ତ ରୂଢ଼ି ତାଲିକା ଅନୁସାରେ 355 ଟି ରୂଢ଼ି ଓ ସେମାନଙ୍କ ଅର୍ଥ ଦିଆଯାଇଛି।

    ପ୍ରଶ୍ନ କେଉଁ ଢଙ୍ଗରେ ଆସେ

    ମନେରଖିବାର କୌଶଳ

    ସମାନ ଅର୍ଥର ରୂଢ଼ି (ଗୁଚ୍ଛ ଅନୁସାରେ)

    ଠକିବା / ବିଶ୍ୱାସଘାତକତା / ଭୁଲାଇବା

    ହଇରାଣ / ବ୍ୟତିବ୍ୟସ୍ତ କରିବା

    ସର୍ବନାଶ / ସର୍ବସ୍ୱାନ୍ତ

    ଅପମାନ / ଅପମାନିତ ହେବା

    ବିପଦ ଓ ଅସୁବିଧା

    ଗର୍ବ, ସାହସ ଓ ଧୈର୍ଯ୍ୟ

    କ୍ରୋଧ

    ପରିଶ୍ରମ ଓ ଜୀବିକା

    ଦୋଷ ବାଛିବା / ନିନ୍ଦା

    ଅପଚୟ / ବୃଥା ହେବା

    ପ୍ରଚାର କରିବା

    ଗୋପନ ଓ ପ୍ରକାଶ

    ଈର୍ଷା

    ଦାୟିତ୍ୱ ଏଡ଼ାଇବା

    ଦୁର୍ବଳ / କ୍ଲାନ୍ତ

    ମୂର୍ଖ / ଅଯୋଗ୍ୟ

    ଭାଗ୍ୟ / ଭାଗ୍ୟଲେଖା

    ଶତ୍ରୁତା

    ବୃଥା / ମୂଲ୍ୟହୀନ

    ଦାୟିତ୍ୱହୀନ

    କଷ୍ଟ ଉପରେ କଷ୍ଟ / କ୍ଷତି

    ଅସମ୍ଭବ

    ସାବଧାନ! ଦେଖିବାକୁ ପାଖାପାଖି, ଅର୍ଥ ଅଲଗା

    ରୂଢ଼ିଅର୍ଥ
    କପାଳ ଫାଟିବା
    କପାଳ ଫିଟିବା
    ସର୍ବନାଶ ହେବା
    ସୁଦିନ ଆସିବା
    ଘଣ୍ଟ ଘୋଡ଼ାଇବା
    ଘଣ୍ଟ ପିଟିବା
    ଲୁଚାଇବା, ରକ୍ଷା କରିବା
    ପ୍ରଚାର କରିବା
    ମୁହଁ ଉପରକୁ ହେବା
    ମୁହଁ ତଳକୁ ହେବା
    ଗର୍ବ କରିବା
    ଅପମାନିତ ହେବା
    ପାଣି ଛଡ଼ାଇବା
    କୂଳରେ ଲାଗିବା
    ଆଶା ନ ରଖିବା
    ଆଶା ପାଇବା
    ଗୋଡ଼ ଧରିବା
    ଗୋଡ଼ହାତ ଧରିବା
    ଭୁଲ ସ୍ୱୀକାର କରିବା
    ନେହୁରା ହେବା, ଦୋଷସ୍ୱୀକାର କରିବା
    ହାତ ଧରିବା
    ହାତ କରିବା
    ବିବାହ କରିବା
    ନିଜପକ୍ଷକୁ ନେବା
    ଖାଲ ଖୋଳିବା
    ଖାଲରେ ପକାଇବା
    ଷଡ଼ଯନ୍ତ୍ର କରିବା
    ବିପଦରେ ପକାଇବା
    ଛାଇ ନ ମାଡ଼ିବା
    ଛାଇ ପଡ଼ିଲେ ନାହି ଡେଇଁବା
    ଆଦୌ ସଂପର୍କ ନ ରଖିବା
    ଅସହିଷ୍ଣୁ ହେବା
    ଉଭମମଧମ ଦେବା
    ଉଭମମଧମ ବସିବା
    ମାଡ଼ ମାରିବା
    ମାଡ଼ ବସିବା
    ମୁହଁ ଦେବା
    ମୁହଁ ବନ୍ଦ କରିବା
    ପ୍ରଶ୍ରୟ ଦେବା
    ଚୁପ୍ କରାଇବା
    ମୁହଁ ବାନ୍ଧିଦେବା
    ମୁହଁ ଭାଙ୍ଗିଦେବା
    ଖାଇବାକୁ ଇଚ୍ଛା ନହେବା
    ଗର୍ବ ଭାଙ୍ଗିବା, ଟାଣପଣ ଭାଙ୍ଗିବା
    ଦାନ୍ତ ଦେଖେଇବା
    ଦାନ୍ତରେ କୁଟା ଦେବା
    ପରିହାସ କରିବା
    ଦୋଷ ସ୍ୱୀକାର କରିବା

    ସମ୍ପୂର୍ଣ୍ଣ ତାଲିକା (355)

    କ୍ରିୟାଯୁକ୍ତ ରୂଢ଼ି (209)

    ରୂଢ଼ିଅର୍ଥ
    ଆଉଟୁପାଉଟୁ ହେବାବିକଳ ହେବା
    ଆକୁ ଖୋଜୁଖୋଜୁ ମହାଦେବ ବାହାରିବାସାଧାରଣ କଥାରୁ ବିରାଟ କାଣ୍ଡ ଘଟିବା
    ଆଖିରେ ନାଚିବାମନେପଡ଼ିବା
    ଆପଣା ଶିଙ୍ଗରେ ମାଟି ତାଡ଼ିବାଆତ୍ମନିର୍ଭରଶୀଳ ହେବା
    ଆହା କରିବାସମବେଦନା ଜଣାଇବା
    ଇହଲୀଳା ସମ୍ବରଣ କରିବାମୃତ୍ୟୁବରଣ କରିବା
    ଉଠିଆ ଖାଇବାମାଗଣାରେ ଖାଇବା
    ଉଠେଇବସେଇ ନଦେବାବ୍ୟତିବ୍ୟସ୍ତ କରିବା
    ଉଡ଼ନ୍ତା ଚଡ଼େଇର ପର ଗଣିବାଅତି ଚତୁର ହେବା
    ଉପରେ ଉପରେ ଭାସିବାପ୍ରକୃତ କଥା ନ ଜାଣିବା
    ଉପରେ ପଡ଼ି କହିବାନ ପଚାରୁଣୁ କହିବା
    ଉଭମମଧମ ଦେବାମାଡ଼ ମାରିବା
    ଉଭମମଧମ ବସିବାମାଡ଼ ବସିବା
    ଉଷୁନାଧାନ ଗଜା ହେବାଅସମ୍ଭବ ସମ୍ଭବ ହେବା
    ଏ କାନରେ ପୂରାଇ ସେ କାନରେ ବାହାର କରିବାକଥା ନ ଶୁଣିବା
    ଓର ଭଣ୍ଡିବାସୁଯୋଗକୁ ଅପେକ୍ଷା କରିବା
    ଔଷଧ ଧରିବାସଫଳ ହେବା, କାର୍ଯ୍ୟକାରୀ ହେବା
    କଟାଘା'ରେ ଚୂନ ଦେବାଦୁଃଖ ଉପରେ ଦୁଃଖ ଦେବା
    କଣ୍ଟାକୁ କଣ୍ଟାରେ କାଢ଼ିବାଶତ୍ରୁକୁ ଶତ୍ରୁ ସାହାଯ୍ୟରେ ଆୟତ୍ତ କରିବା
    କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବାବିନା କାରଣରେ ଅନ୍ୟ ସହ ଝଗଡ଼ା କରିବା
    କଥା କାଟିବାଯୁକ୍ତିଦ୍ୱାରା ଖଣ୍ଡନ କରିବା
    କଥା ତଳେ ନ ପକାଇବାପ୍ରତିଶ୍ରୁତି ପାଳନ କରିବା
    କଥା ଦେବାଜବାବ ଦେବା
    କପାଳ ଫାଟିବାସର୍ବନାଶ ହେବା
    କପାଳ ଫିଟିବାସୁଦିନ ଆସିବା
    କଳାକନା ବୁଲାଇବାସର୍ବସ୍ୱ ଲୁଟିନେବା
    କଳାକୁ ଧଳା କରିବାଭୁଲକୁ ଠିକ୍ ଭାବେ ପ୍ରମାଣିତ କରିବା
    କାଠ ହୋଇଯିବାକାତର ହେବା
    କାନ ଡେରିବାଅନ୍ୟର କଥାବାର୍ତ୍ତା ଲୁଚି ଶୁଣିବା
    କାନରେ ହାତଦେବାବିସ୍ମୟ ପ୍ରକାଶ କରିବା, ନ ଶୁଣିବା
    କାମରେ ହାତ ଦେବାକାର୍ଯ୍ୟାରମ୍ଭ କରିବା
    କୁଟା ଖଣ୍ଡକ ଦି'ଖଣ୍ଡକ ନ କରିବାଅଳସୁଆମି କରିବା
    କୂଳରେ ଲାଗିବାଆଶା ପାଇବା
    କୟଳରୁ ବାଳ ବାଛିବାବୃଥା ପରିଶ୍ରମ କରିବା
    ଖଡ଼ି ଛୁଇଁବାବିଦ୍ୟାରମ୍ଭ କରିବା
    ଖଣ୍ଡାଧାରରେ ଚାଲିବାଅତି ସାବଧାନରେ ଚଳିବା
    ଖାଇବା ପତରରେ ଧୂଳି ଦେବାଜୀବିକାରେ ବାଧା ଦେବା
    ଖାଲ ଖୋଳିବାଷଡ଼ଯନ୍ତ୍ର କରିବା
    ଖାଲରେ ପକାଇବାବିପଦରେ ପକାଇବା
    ଖୁଅ କାଢ଼ିବାଦୋଷ ବାଛିବା
    ଖୁଣ୍ଟା ଦେବାନିନ୍ଦା ଦେବା
    ଗାଉଁ ଗାଉଁ ହେବାବିରକ୍ତ ହେବା
    ଗାଲରେ ହାତ ଦେବାଚିନ୍ତା କରିବା
    ଗୁଜୁରାଣ ମେଣ୍ଟାଇବାକଷ୍ଟେମଷ୍ଟେ ଚଳିବା
    ଗୁମର ଫିଟିବାରହସ୍ୟ ଖୋଲିଯିବା
    ଗୁମ୍ମାରି ବସିବାତୁନୀ ହୋଇ ମନମାରି ବସିବା
    ଗୋଡ଼ ଟାଣିବାଈର୍ଷାରେ କ୍ଷତି କରିବା
    ଗୋଡ଼ ଟେକି ବସିବାପ୍ରସ୍ତୁତ ହୋଇ ରହିବା
    ଗୋଡ଼ ତଳେ ନ ପଡ଼ିବାଖୁସିରେ ଅଧୀର ହେବା
    ଗୋଡ଼ ଧରିବାଭୁଲ ସ୍ୱୀକାର କରିବା
    ଗୋଡ଼ରୁ ପାଣି ମରିବାଥକିଯିବା, କ୍ଲାନ୍ତ ହେବା
    ଗୋଡ଼ହାତ ଧରିବାନେହୁରା ହେବା, ଦୋଷସ୍ୱୀକାର କରିବା
    ଘଣ୍ଟ ଘୋଡ଼ାଇବାଲୁଚାଇବା, ରକ୍ଷା କରିବା
    ଘଣ୍ଟ ପିଟିବାପ୍ରଚାର କରିବା
    ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବାକାର୍ଯ୍ୟ ଆରମ୍ଭ ପୂର୍ବରୁ ବାଧାବିଘ୍ନ ଆସିବା
    ଚକ୍ଷୁଶୂଳ ହେବାଈର୍ଷାର ପାତ୍ର ହେବା
    ଚମଟ ମାରିବାଠକି ଦେଇ ଚାଲିଯିବା
    ଚଳୁ କରିଦେବାସବୁ ଶେଷ କରିଦେବା
    ଚାଲିଲା ଶଗଡ଼ରେ ହାତଦେବାଅତି ଦୁଷ୍ଟ ହେବା
    ଚିତାକାଟିବାଠକିବା
    ଛତୁ ଉଡ଼ାଇ ଦେବାସତ୍ତା ଲୋପ କରିଦେବା
    ଛାଇ ନ ମାଡ଼ିବାଆଦୌ ସଂପର୍କ ନ ରଖିବା
    ଛାଇ ପଡ଼ିଲେ ନାହି ଡେଇଁବାଅସହିଷ୍ଣୁ ହେବା
    ଛାତି ପତେଇବାସାହସ ବାନ୍ଧିବା, ସମ୍ମୁଖୀନ ହେବା
    ଛାତି ଫୁଲାଇ ଚାଲିବାଗର୍ବ ପ୍ରକାଶ କରିବା
    ଛାତିକି ପଥର କରିବାଧୈର୍ଯ୍ୟ ଧରିବା, ସହ୍ୟ କରିବା
    ଛେନାରୁ ଚୋପା ଛଡ଼ାଇବାଖୋଜି ଖୋଜି ଦୋଷ ବାହାର କରିବା
    ଜଳନ୍ତା ନିଆଁରେ କୁଟା ପକାଇବାରାଗ ବଢ଼ାଇବା, କଥା ବଢ଼ାଇବା
    ଜିଦି ଧରିବାଗୋଟିଏ କଥାରେ ଜୋର୍ ଦେବା
    ଜୀରାରୁ ଶିରା କାଢ଼ିବାବୃଥା ଦୋଷ ବାଛିବା
    ଝଙ୍କ ଛଡ଼ାଇ ଦେବାବ୍ୟତିବ୍ୟସ୍ତ କରିବା
    ଝାଡ଼ିଝୁଡ଼ି ହୋଇ ବସିବାଦାୟିତ୍ୱ ତୁଲାଇ ନିଶ୍ଚିନ୍ତ ହେବା
    ଟହଲ ମାରିବାଅଯଥାରେ ସମୟ ନଷ୍ଟ କରିବା
    ଟାଣ ଭାଙ୍ଗିବାଗର୍ବ ଭାଙ୍ଗିବା
    ଟେକ ରଖିବାସମ୍ମାନ ରକ୍ଷା କରିବା
    ଠାକୁର ଖାଇ ଖଟୁଳି ଖାଇବାସବୁ ଆତ୍ମସାତ୍ କରିବା
    ଠାସକୁ ମାରିବାଅନୁମାନ କରି କହିବା
    ଠେକିଏ ପାଣି ପିଆଇବାଅସ୍ତବ୍ୟସ୍ତ କରିବା
    ଡହକବିକଳ ହେବାଅତି ଆତୁର ହେବା
    ଡିହରେ ବିଲୁଆ ଡେଇଁବାଘର ଭାଙ୍ଗିଯିବା, ବଂଶ ବୁଡ଼ିଯିବା
    ଡେଙ୍ଗୁରା ଦେବାପ୍ରଚାର କରିବା
    ଢୋଲ ପିଟିବାପ୍ରଚାର କରିବା
    ତଣ୍ଟି କାଟିବାଅନିଷ୍ଟ କରିବା
    ତଳିତଳାନ୍ତ କରିବାସର୍ବନାଶ କରିବା
    ତିନି ପାଞ୍ଜିରୁ ଯିବାଯଶ ହରାଇବା
    ତିଳକୁ ତାଳ କରିବାଛୋଟ କଥାକୁ ବଡ଼ କରି କହିବା
    ତେଲ ମାରିବାଖୋସାମତ କରିବା
    ଥଇଥାନ କରିବାରହିବା-ଖାଇବାର ବ୍ୟବସ୍ଥା କରିବା
    ଥଳକୂଳ ନ ପାଇବାକର୍ତ୍ତବ୍ୟ ସ୍ଥିର କରି ନ ପାରିବା
    ଦଗାଦେବାଠକିବା, ବିଶ୍ୱାସଘାତକତା କରିବା
    ଦଫା ରଫା କରିବାସର୍ବସ୍ୱାନ୍ତ କରିବା
    ଦାଉସାଧିବାପ୍ରତିଶୋଧ ନେବା
    ଦାନାରେ ଧୂଳିଦେବାଜୀବିକା ମାରିବା
    ଦାନ୍ତ ଦେଖେଇବାପରିହାସ କରିବା
    ଦାନ୍ତରେ କୁଟା ଦେବାଦୋଷ ସ୍ୱୀକାର କରିବା
    ଦୁଇ ନାଆରେ ଗୋଡ଼ ଦେବାଏକ ସମୟରେ ଦୁଇଟି କାମ ଆରମ୍ଭ କରି ଅସୁବିଧାରେ ପଡ଼ିବା
    ଦେଖିପାରିବାଭଲପାଇବା, ସୁଖପାଇବା
    ଦେହ କଣ୍ଟା ହୋଇଯିବାଶରୀର ଦୁର୍ବଳ ହେବା
    ଦେହରୁ କଣ୍ଟାଯିବାଶତ୍ରୁନାଶ ହେବା
    ଦେହସୁହା ହେବାଅଭ୍ୟସ୍ତ ହେବା
    ଦୋ' ଘାଇରେ ପଡ଼ିବାବିଷମ ସମସ୍ୟାରେ ପଡ଼ିବା
    ଧରାକୁ ସରା ମଣିବାକାହାକୁ ଖାତିର ନ କରିବା
    ଧୂଆଁବାଣ ମାରିବାଫାଙ୍କିବା, ବାହାପିଆ କଥା କହିବା
    ଧୋକା ଦେବାବିଶ୍ୱାସଘାତକତା କରିବା
    ନଖରେ ଛିଣ୍ଡିବାସହଜରେ ସମାଧାନ ହେବା
    ନଜର ରଖିବାଦୃଷ୍ଟିରେ ରଖିବା
    ନାଁ କରିବାସୁନାମ ଅର୍ଜିବା
    ନାଁ ପକାଇବାନିନ୍ଦିତ ହେବା
    ନାକ ଛିଞ୍ଚାଡ଼ିବାବିରକ୍ତ ହେବା
    ନାକ ଟେକିବାଘୃଣା କରିବା
    ନାକବାଳ ଧରି ବସ ଉଠ ହେବାଅପମାନିତ ହେବା
    ନାଟ ଲଗେଇବାବିଭେଦ ସୃଷ୍ଟି କରିବା
    ନାହିରେ ତେଲ ପକାଇ ଶୋଇବାଚିନ୍ତାଶୂନ୍ୟ ହେବା
    ନେହୁରା ହେବାଅନୁରୋଧ କରିବା
    ପଇସା ପାଣିରେ ପଡ଼ିବାଅଯଥା ବ୍ୟୟ ହେବା
    ପଛରୁ ଛୁରିମାରିବାବିଶ୍ୱାସଘାତକତା କରିବା
    ପରକଥାରେ ମୁଣ୍ଡ ପୂରେଇବାଅନ୍ୟ ବିଷୟରେ ଚିନ୍ତା କରିବା
    ପରମୁଣ୍ଡରେ ନଡ଼ିଆ ବାଡ଼େଇବାଅନ୍ୟ ଉପରେ ଦାୟିତ୍ୱ ଲଦିଦେଇ ଖସିଯିବା
    ପାଟିରେ ବାଟୁଳି ନ ବାଜିବାଅନର୍ଗଳ କହିବା
    ପାଣି ଛଡ଼ାଇବାଆଶା ନ ରଖିବା
    ପାଣି ନ ଗଳିବାନିବିଡ଼ ବନ୍ଧୁତା ହେବା
    ପାଣି ପିଆଇବାଖୁବ୍ ହଇରାଣ କରିବା
    ପାଣିରେ ସର ପକାଇବାଚିକ୍କଣ କଥା କହି ମନ ଭୁଲେଇବା
    ପାଲରେ ପକାଇବାକୌଶଳରେ ଆୟତ୍ତକୁ ଆଣିବା
    ପାସଙ୍ଗରେ ନ ପଡ଼ିବାସମକକ୍ଷ ନ ହେବା
    ପିଠିରେ ପଡ଼ିବାସାହାଯ୍ୟ କରିବା
    ପିଲେହି ପାଣି ହେବାଭୟରେ ଛାନିଆ ହେବା
    ପେଟରୁ କାଟିବାଅନ୍ୟ ସୁଖ ପାଇଁ ନିଜ ସୁଖକୁ କମାଇବା
    ପୋଥିରେ ଡୋର ବାନ୍ଧିବାପଢ଼ା ବନ୍ଦ କରିବା
    ଫଟେଇ ହେବାବାରମ୍ବାର ପଚାରିବା ବା କହିବା
    ଫସରପାଟିବାବ୍ୟର୍ଥ ହେବା
    ଫାଙ୍କିଦେବାଅସ୍ୱୀକାର କରିବା, ଠକିବା
    ଫୁଟୁକି ମାରିବାଆହ୍ୱାନ କରିବା
    ବସେଇଉଠେଇ ନ ଦେବାଅଥୟ କରିବା
    ବାଟକାଟିବାନିଜ ରାସ୍ତା ଧରିବା, ସୁବିଧା ଦେଖିବା
    ବାଟମାରଣା ହେବାଧନର ଉପଯୁକ୍ତ ବିନିଯୋଗ ପୂର୍ବରୁ ଲୁଟି ହେବା
    ବାଡ଼ ଫସଲ ଖାଇବାରକ୍ଷକ ଭକ୍ଷକ ହେବା
    ବିଛାମନ୍ତ୍ର ନ ଜାଣି ସାପଗାତରେ ହାତମାରିବାସାଧାରଣ ଜ୍ଞାନ ନ ଥାଇ ଏକ ବିପଦପୂର୍ଣ୍ଣ କାର୍ଯ୍ୟ କରିବା
    ବିରାଡ଼ି କପାଳକୁ ଶିକା ଛିଣ୍ଡିବାଇଚ୍ଛାମତେ ସୁଯୋଗ ମିଳିବା
    ବିରାଡ଼ି ଛିଙ୍କିବାଅନୁକୂଳ ବିଗିଡ଼ିବା
    ବିରାଡ଼ି ବେକରେ ଘଣ୍ଟିବାନ୍ଧିବାଶକ୍ତିଶାଳୀ ଲୋକ ବିରୋଧରେ ପ୍ରଥମେ ବାହାରିବା
    ବିରୁଡ଼ି ବସାରେ ହାତ ମାରିବାଆପେ ବିପଦକୁ ବରଣ କରିବା
    ବିଶ୍ୱାସରେ ବିଷଦେବାବିଶ୍ୱାସଘାତକତା କରିବା
    ଭାଲୁ ଧରାଇବାଦାୟିତ୍ୱ ଦେଇ ଖସିଯିବା, କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା
    ଭୂଆଁ ବୁଲାଇବାଭଣ୍ଡେଇବା, ବିଭିନ୍ନ ବାହାନା ଦେଖାଇ ଠକିବା
    ଭୂତ ଖାଇବାଧନର ପରଦ୍ୱାରା ଉପଭୋଗ ହେବା
    ଭେଲା ବୁଡ଼ିବାସର୍ବନାଶ ହେବା
    ଭେଳିକି ଦେଖାଇବାଭୁଲେଇବା
    ମନ କୁଣ୍ଢେ ମୋଟ ହେବାକୌଣସି ସଫଳତାରେ ଉତ୍ଫୁଲ୍ଲ ହେବା
    ମନ ଘରଧରିବାଅସୁବିଧାରେ ପଡ଼ି ସତର୍କ ହେବା
    ମନ ଛୁଇଁବାପସନ୍ଦ ହେବା
    ମନ ମାରିବସିବାଦୁଃଖ ଓ ଚିନ୍ତାରେ ଚୁପ୍ ରହିବା
    ମନମାନିବାପସନ୍ଦ ହେବା
    ମହରଗରୁ ଯାଇ କାନ୍ତାରରେ ପଡ଼ିବାଏକ ସାଧାରଣ ବିପଦରୁ ଯାଇ ବଡ଼ ବିପଦରେ ପଡ଼ିବା
    ମାଛ ତେଲରେ ମାଛ ଭାଜିବାବିନା ବ୍ୟୟରେ ଲାଭ ପାଇବା
    ମାଛିକୁ ମା' ନ କହିବାଅତି ଶାନ୍ତଶିଷ୍ଟ ହେବା
    ମାଟିରେ ମିଶିବାମୃତ୍ୟୁବରଣ କରିବା
    ମୁଣ୍ଡ ଗୁଞ୍ଜିବାଆଶ୍ରୟ ନେବା
    ମୁଣ୍ଡକୁ ତେନ୍ତୁଳିଆବିନ୍ଧା କାମୁଡ଼ିବାଭୀଷଣ ଚିନ୍ତାଗ୍ରସ୍ତ ହେବା
    ମୁଣ୍ଡକୁ ହାତ ପାଇବାଉପାର୍ଜନକ୍ଷମ ହେବା
    ମୁଣ୍ଡଝାଳ ତୁଣ୍ଡରେ ମାରିବାକଠିନ ପରିଶ୍ରମ କରି ପେଟ ପୋଷିବା
    ମୁଣ୍ଡରେ ବଜ୍ରପଡ଼ିବାବଡ଼ ବିପଦରେ ପଡ଼ିବା
    ମୁହଁ ଉପରକୁ ହେବାଗର୍ବ କରିବା
    ମୁହଁ କଳାପଡ଼ିଯିବାଦୁଃଖରେ ମଳିନ ଦିଶିବା, ଅପମାନିତ ହେବା
    ମୁହଁ ତଳକୁ ହେବାଅପମାନିତ ହେବା
    ମୁହଁ ଦେବାପ୍ରଶ୍ରୟ ଦେବା
    ମୁହଁ ବଢ଼ାଇବାନିୟନ୍ତ୍ରଣ ନ କରିବା, ପ୍ରଶ୍ରୟ ଦେବା
    ମୁହଁ ବନ୍ଦ କରିବାଚୁପ୍ କରାଇବା
    ମୁହଁ ବାନ୍ଧିଦେବାଖାଇବାକୁ ଇଚ୍ଛା ନହେବା
    ମୁହଁ ଭାଙ୍ଗିଦେବାଗର୍ବ ଭାଙ୍ଗିବା, ଟାଣପଣ ଭାଙ୍ଗିବା
    ମୁହଁ ମାରିବାଭେଟିବା, ସଂପର୍କ ରଖିବା
    ମୁହଁରେ କଳା ଲାଗିବାଅପମାନ ପାଇବା
    ଯତି ପଡ଼ିବାମେଳଖାଇବା
    ଯନ୍ତାରେ ପଡ଼ିବାଅସୁବିଧାରେ ପଡ଼ିବା
    ରକ୍ତଚାଉଳ ଚୋବାଇବାରାଗରେ ଜଳିଯିବା
    ରକ୍ତରେ ବାଡ଼ଦେବାଜ୍ଞାତି ବା କୁଟୁମ୍ବ କାଟିଦେବା
    ରବେଇ ଖବେଇ ହେବାଈର୍ଷାକରିବା
    ରାଗରେ ଅନ୍ଧହେବାକ୍ରୋଧରେ ହିତାହିତ ଜ୍ଞାନ ଲୋପହେବା
    ଲାଗି ଖାଇବାପରିଶ୍ରମ କରି ବଞ୍ଚିବା
    ଲୁହାଜାଣି ପାଣି ଦେବାଲୋକ ଦେଖି ବ୍ୟବହାର କରିବା
    ଲୋକହସା ହେବାଅପମାନିତ ହେବା
    ଶତମୁଖ ହେବାଅଧିକ କରି କହିବା
    ଶରଣ ପଶିବାଅନୁଗତ ହେବା
    ଷଣ୍ଢକୁ ଭାଗବତ ପଢ଼ାଇବାଅଯୋଗ୍ୟ ଲୋକକୁ ଉପଦେଶ ଦେବା
    ଷୋଳଶିରା ଦୁହିଁ ହୋଇଯିବାକଠୋର ପରିଶ୍ରମ କରି କ୍ଲାନ୍ତ ହୋଇପଡ଼ିବା
    ସଜମାଂସରେ ପୋକ ପକାଇବାମିଥ୍ୟାରେ ବଦନାମ କରିବା
    ସୁଅ ମୁହଁରେ ଯିବାଧନର ଅଯଥାର୍ଥ ବିନିଯୋଗ ହେବା
    ସ୍ୱର୍ଗରୁ ତୋଳି ଆଣିବାମନରୁ ଫାଙ୍କି କହିବା
    ହରଡ଼ଘଣାରେ ପଡ଼ିବାବିପଦରେ ପଡ଼ିବା
    ହଲିଲା ପାଣିରେ ଗୋଡ଼ ନଦେବାସାମାନ୍ୟ ବିପଦ ବା ଜଞ୍ଜାଳରେ ଲିପ୍ତ ନ ହେବା
    ହାଉଜାଉ ହେବାବହୁପରିମାଣରେ ମିଳିବା
    ହାଟ କରିବାପ୍ରଚାର କରିବା
    ହାଟହେବାପ୍ରଚାରିତ ହେବା
    ହାଡ଼ ଗଣିହେବାଦୁର୍ବଳ ହେବା
    ହାଡ଼ ଜଳିବାଅତିଶୟ କ୍ରୋଧାନ୍ୱିତ ହେବା
    ହାତ ଉଠେଇବାମାରିବାକୁ ଉଦ୍ୟତ ହେବା
    ହାତ କରିବାନିଜପକ୍ଷକୁ ନେବା
    ହାତ ଧରିବାବିବାହ କରିବା
    ହାତକାଚ ବଜ୍ର ହେବାସ୍ୱାମୀର ଦୀର୍ଘ ଜୀବନ କାମନା କରିବା
    ହାତକୁ ଦି'ହାତ କରିବାବାହା କରିବା
    ହାତକୁ ନେବାଦାୟିତ୍ୱ ବହନ କରିବା
    ହାତକୁ ହାତ ମିଶାଇବାମିଳିତ ହୋଇ କାର୍ଯ୍ୟ କରିବା
    ହାତଛଡ଼ା କରିବାଛାଡ଼ିଦେବା
    ହାତପାତିବାମାଗିବା
    ହାତବାନ୍ଧି ବସିବାନିରୁପାୟ ହେବା
    ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବାଅଯଥା କଷ୍ଟ ସ୍ୱୀକାର କରିବା
    ହାତରେ ନ ମାରି ଭାତରେ ମାରିବାକୌଶଳରେ ଜୀବିକାରୁ ଉଚ୍ଛେଦ କରିବା
    ହାତାହାତି ହେବାମାରପିଟ୍ ହେବା
    ହାତେ ମାପି ଚାଖଣ୍ଡେ ଚାଲିବାସାବଧାନରେ କାମ କରିବା

    କ୍ରିୟାହୀନ ରୂଢ଼ି ଓ ତୁଳନାତ୍ମକ (‘ପରି’) ରୂଢ଼ି (86)

    ରୂଢ଼ିଅର୍ଥ
    ଅକଲସଲାମିଉଚିତ ଶାସ୍ତି, ଉଚିତ ଶିକ୍ଷା
    ଅକାଳକୁଷ୍ମାଣ୍ଡଅଯୋଗ୍ୟ
    ଅକାଳଚଡ଼କଆକସ୍ମିକ ବିପଦ
    ଅଗମୂଳକ୍ରମିକତା ବା ସାରବତ୍ତାର ଅଭାବ
    ଅନ୍ଧ ବୁଝାମଣାଅନ୍ୟାୟ ବିଚାର
    ଅନ୍ଧର ଲଉଡ଼ିଅସହାୟର ସହାୟ, ଏକମାତ୍ର ସହାୟ
    ଅରଣ୍ୟରୋଦନବୃଥା ପ୍ରାର୍ଥନା, ବୃଥା ପରିଶ୍ରମ
    ଅର୍ଦ୍ଧଚନ୍ଦ୍ରଗଳାଧକ୍କା
    ଅଲଣା କଥାମୂଲ୍ୟହୀନ କଥା
    ଅସିଆକାଳର ମସିଆଅତିପୁରୁଣା
    ଅହିନକୁଳ ସଂପର୍କଘୋର ଶତ୍ରୁତା
    ଆକାଶ ପାତାଳ ପ୍ରଭେଦବହୁ ତଫାତ୍
    ଆକାଶକୁସୁମଅସମ୍ଭବ କଥା
    ଆରପାରିର ଡାକମୃତ୍ୟୁସନ୍ନିକଟ
    ଆଶାଭରସାଏକମାତ୍ର ସହାୟ
    ଉଡ଼ା ଚଡ଼େଇସ୍ଥାୟୀ ଭାବରେ ନ ରହିବା ଲୋକ
    ଉପରଠାଉରିଆଗଭୀରତାର ଅଭାବ
    ଏକାଟିଆ ବାରହାସ୍ୱାର୍ଥପର
    ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବାକିଛି ନ ବୁଝି ପ୍ରତି କଥାରେ ସମ୍ମତି ଜଣାଇବା
    ଓଲିଆରୁ ଗଜାଜନ୍ମରୁ ଚତୁର
    କଞ୍ଚାହାତଅପରିପକ୍ୱ
    କପାଳ ଲିଖନଭାଗ୍ୟଫଳ
    କରଛଡ଼ାଦାୟିତ୍ୱ ଦୂରେଇବା
    କାଠଗଡ଼ ପରି ପଡ଼ି ରହିବାନିଷ୍କ୍ରିୟ ଭାବରେ ଶୋଇ ରହିବା
    କାଠିକର ପାଠକଷ୍ଟସାଧ୍ୟ
    କୁଆପରି ରାଉ ରାଉ ହେବାସବୁବେଳେ ଗପିବା
    କୁକୁର ପରି ଧାଇଁବାକିଛି ପାଇବା ଆଶାରେ ପଛରେ ଗୋଡ଼ାଇବା
    କୁମ୍ଭୀରକାନ୍ଦଣାଛଳନା, ଉପରଠାଉରିଆ ସହାନୁଭୂତି
    କୁହୁମୁଣ୍ଡାକପିଲାବେଶୀ କଥା କହି କାମ କରୁନଥିବା ଲୋକ
    କୂପମଣ୍ଡୁକସଙ୍କୁଚିତ ପରିବେଶରେ ବଢ଼ିଥିବା
    କ୍ଷୀରନୀର ସଂପର୍କନିବିଡ଼ ସଂପର୍କ
    ଖଡ଼ ଗଦାରେ ପଦ୍ମପ୍ରତିକୂଳ ପରିବେଶରେ ପ୍ରତିଭାଶାଳୀର ଜନ୍ମ
    ଖୁଣ୍ଟାପରି ଠିଆ ହେବାକିଛି ନ କରି କେବଳ ଠିଆ ହୋଇ ରହିବା
    ଗଙ୍ଗାଜଳରେ ଗଙ୍ଗାପୂଜାଦାତାର ଧନରେ ଦାତାକୁ ସମ୍ମାନ
    ଗଜମୂର୍ଖମହାମୂର୍ଖ, ଅତ୍ୟନ୍ତ ମୂର୍ଖ
    ଗହମନିଦଗାଢ଼ ନିଦ୍ରା
    ଗୃହଶତ୍ରୁ ବିଭୀଷଣଆତ୍ମୀୟ ଲୋକ ଶତ୍ରୁ
    ଗୋଟିଏ ଚାଉଳରେ ଗଢ଼ାଅତି ସୁନ୍ଦର
    ଗୋଠ ଖଣ୍ଡିଆଅସାମାଜିକ, ଗୋଷ୍ଠୀରୁ ଅଲଗା
    ଗୋବର ଗଣେଶନିର୍ବୋଧ, ମୂର୍ଖ
    ଘର ଢିଙ୍କି କୁମ୍ଭୀରନିଜ ଲୋକ ଶତ୍ରୁ
    ଘରବୁଡ଼ାଅନ୍ୟର କ୍ଷତିକାରକ
    ଘୋଡ଼ାପରି ହସିବାଶାଳୀନତା ନ ରଖିବା
    ଘୋଷାନନ୍ଦକିଛି ନ ବୁଝି ମୁଖସ୍ଥ କରିବା
    ଛୋଟ ମୁହଁରେ ବଡ଼ କଥାଅଯୋଗ୍ୟ ବ୍ୟକ୍ତିର ବାକ୍ଚାତୁରୀ ବା ବାହାଦୁରୀ
    ଢୋଲ ଭିତରେ ମୂଷାଗୁପ୍ତରେ ଅନିଷ୍ଟକାରୀ
    ତେରଦିନିଆ ଯମସ୍ୱଳ୍ପକାଳ କ୍ଷମତା ଲାଭ
    ଦରିଦ୍ର ପଞ୍ଚାକ୍ଷରଦରିଦ୍ରର ଚିନ୍ତା
    ଦାନ ଉପରେ ଦକ୍ଷିଣାଲଗାତାର କ୍ଷତି ବା ଅପବ୍ୟୟ
    ଦିଅଁ ଗଢୁଗଢୁ ମାଙ୍କଡ଼ଭଲ କରିବାକୁ ଯାଇ ମନ୍ଦ କରି ବସିବା
    ଦିଅଁ ଦେଖା କଦଳୀ ବିକାଏକ ସମୟରେ ଦୁଇକାର୍ଯ୍ୟ ସାଧନ
    ଦୀପତଳ ଅନ୍ଧାରନିଜ ଅଞ୍ଚଳ ପ୍ରତି ବା ଲୋକ ପ୍ରତି ଦୃଷ୍ଟି ନ ଦେବା
    ଦେହଛଡ଼ାଦାୟିତ୍ୱହୀନ
    ଦେହଲଗାଅତି ବିଶ୍ୱାସୀ
    ନଛୋଡ଼ବନ୍ଧାଏକଜିଦିଆ
    ପାପଧନଅସତ୍ ଉପାୟରେ ଅର୍ଜିତ ଧନ
    ପେଡ଼ି ପରି ମୁହଁ କରିବାମୁହଁ ଫୁଲେଇ ବସିବା, ରୁଷିବା
    ପୋଥିବାଇଗଣପୁସ୍ତକଗତ ବିଦ୍ୟା, ଅଭିଜ୍ଞତାଶୂନ୍ୟ ଶିକ୍ଷା
    ପ୍ରସାଦ ପରି ପାଇବାଆନନ୍ଦରେ ଖାଇବା
    ଫଟା କପାଳମନ୍ଦଭାଗ୍ୟ
    ଫାଙ୍କା ଆଓ୍ୱାଜବୃଥା ଧମକ
    ବକଧାର୍ମିକଠକ
    ବଗ ପରି ବସିବାଏକାଗ୍ରତା
    ବରଡ଼ା ପତ୍ର ପରି ଥରିବାଭୟରେ କମ୍ପିବା
    ବାହାବେଳେ ବାଇଗଣ ରୁଆଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୂର୍ତ୍ତରେ କାମ ଆରମ୍ଭ କରିବା
    ବେଡ଼ି ଉପରେ କୋରଡ଼ାଦୁଃଖ ଉପରେ ଦୁଃଖ
    ବୋଝ ଉପରେ ନଳିତା ବିଡ଼ାକଷ୍ଟ ଉପରେ କଷ୍ଟ
    ଲଗା ନା ପଘାନୀତିନିୟମ ନ ମାନିବା, ଦାୟିତ୍ୱହୀନ
    ଲଙ୍କାରେ ହରିଶବ୍ଦଅସମ୍ଭବ ବିଷୟ
    ଲଲାଟ ଲେଖନଭାଗ୍ୟଲେଖା
    ଶନିଦଶାଖରାପ ସମୟ
    ଶୁଆ ପରି ଘୋଷିବାପାଠକୁ ବାରମ୍ବାର ଅଭ୍ୟାସ କରିବା, ମନେ ରଖିବା
    ଶ୍ରୀ ଅକ୍ଷର ବରୁଣେଇ ପାହାଡ଼ଅତିମୂର୍ଖ
    ଶ୍ରୀ ଅକ୍ଷର ବିବର୍ଜିତମୂର୍ଖ
    ସାତକାଣ୍ଡ ରାମାୟଣବିରାଟ ବ୍ୟାପାର
    ସାତଖୁଣ ମାଫ୍ସମସ୍ତ ଦୋଷ କ୍ଷମା
    ସାପ ପରି ଫଁ ଫଁ ହେବାରାଗରେ ଗରଗର ହେବା
    ସାରୁ ଭିତରେ ମାରୁଭଲ ଭିତରେ ମନ୍ଦ
    ସିଂହପରି ଯୁଝିବାବୀରତ୍ୱର ସହିତ ଲଢ଼ିବା
    ସୁଅ ମୁହଁର ପତରଅସହାୟ
    ହରିଣ ପରି ଚଙ୍ଗ ଚଙ୍ଗ ହେବାଚଞ୍ଚଳତା ପ୍ରକାଶ କରିବା
    ହାଟ ମଧ୍ୟରେ ବ୍ରହ୍ମଜ୍ଞାନଅନୁପଯୁକ୍ତ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
    ହାଡ଼େହାଡ଼େ ବଦମାସଅତି ଦୁଷ୍ଟ
    ହାଣ୍ଡିପରି ମୁହଁ କରିବାଅଭିମାନ କରିବା
    ହାତୀ ପରି ଝୁଲିବାଆରାମରେ ସମୟ କଟାଇବା
    ହୁଙ୍କାପିଟାନ ବୁଝି ନ ସୁଝି କାମରେ ଲାଗିବା

    ଆଉ କେତେକ ରୂଢ଼ି ଓ କ୍ରିୟା ଅନୁସାରେ ରୂଢ଼ି (ଉଠିବା, ଉଡ଼ିବା, କରିବା, କାଟିବା, ଖାଇବା, ଚଳିବା, ଦେଖିବା, ଧରିବା) (60)

    ରୂଢ଼ିଅର୍ଥ
    ଅଙ୍ଗେ ନିଭାଇବାନିଜେ ଅନୁଭୂତିରେ ଆଣିବା
    ଅତି ଗଣ୍ଡିଆଅତିକୃପଣ
    ଅନ୍ଧ ଦେଶରେ ଦର୍ପଣ ବିକିବାଅଜ୍ଞ ନିକଟରେ ଶାସ୍ତ୍ର ଆଲୋଚନା କରିବା
    ଆଇନ ଉଠିବାକାର୍ଯ୍ୟକାରୀ ନ ହେବା
    ଉଇ ଖାଇବାଉଇ ଦ୍ୱାରା ନଷ୍ଟ ହେବା
    ଏ ମୁହଁରେ ଆସି ସେ ମୁହଁରେ ଯିବାଗୋଟିଏ ଦିଗରୁ ଲାଭ ତ ଅନ୍ୟ ଦିଗରୁ କ୍ଷତି
    ଏକା ଢ଼େଲାରେ ଦୁଇଟି ଶିକାରଗୋଟିଏ ଉପାୟରେ ଦୁଇଟି ଲାଭ
    କଣ୍ଟାଗଲାଶତ୍ରୁ ଶେଷ ହେଲା ବା ମନଦୁଃଖ ଦୂର ହେଲା
    କଥା ଚଳିବାକଥାବାର୍ତ୍ତା ଆଗେଇବା
    କଥାରେ ଗଣ୍ଠି ଦେବାକୌଣସି ଗୋଟିଏ କଥାକୁ ଦୃଢ଼ କରି ଧରିବା
    କପାଳ ଆଦରିବାଭାଗ୍ୟଫଳକୁ ଗ୍ରହଣ କରିବା
    କଳ ଚଳିବାକାରଖାନା କାର୍ଯ୍ୟ କରିବା
    କ୍ଷୀର ଦେଇ ନାଗସାପ ପୋଷିବାଦୁଷ୍ଟକୁ ଆପଣାଇବା
    ଖପରାରେ ଖାଇବାଶୋଚନୀୟ ଅବସ୍ଥା
    ଖାତା ଦେଖିବାପରୀକ୍ଷା ପୁସ୍ତିକା ମୂଲ୍ୟାୟନ କରିବା
    ଖାପ ଖାଇବାଉପଯୁକ୍ତ ହେବା
    ଗଳଗ୍ରହଅବାଞ୍ଛିତ ବ୍ୟକ୍ତି, ଯାହାର ଦାୟିତ୍ୱ ବାଧ୍ୟ ହୋଇ ନେବାକୁ ହୁଏ
    ଗାଡ଼ି ଧରିବାଗାଡ଼ିରେ ଯିବା
    ଗାଳି ଖାଇବାନିନ୍ଦିତ ହେବା
    ଘର କରିବାବିବାହ ହେବା
    ଚାକିରି ଦେଖିବାଚାକିରି ଖୋଜିବା
    ଚାନ୍ଦା ଉଠିବାଚାନ୍ଦାରୁ ସଂଗ୍ରହ କରିବା
    ଚିନ୍ତା ଖାଇବାଚିନ୍ତାଗ୍ରସ୍ତ ହେବା
    ଚୁପ୍ କରିବାପାଟି ବନ୍ଦ କରିବା
    ଚେରକାଟିବାକ୍ଷତି କରିବା
    ଟଙ୍କା ଉଡ଼ିବାଅପବ୍ୟୟ ହେବା
    ଟିକେଟ କାଟିବାଟିକେଟ କିଣିବା
    ଦର ଦେଖିବାଦର ଅନୁସନ୍ଧାନ କରିବା
    ଦାନା ଉଠିବାଖାଦ୍ୟଶେଷ ବା ଦାନାଶେଷ
    ଧାନ ଉଡ଼ିବାଧାନରୁ ଅଗାଡ଼ି ବାହାରିବା
    ନାଟ କାଟିବାଚାଲିଯିବା
    ନାଟ ଦେଖିବାନାଟ ଉପଭୋଗ କରିବା
    ନିଜ କଥା ନିଜେ ଦେଖିବାନିଜ ବ୍ୟବସ୍ଥା କରିବା
    ନିଲାମ ଉଠିବାନିଲାମରୁ ପାଇବା
    ପାଣିରେ ପଡ଼ିବାଅକାରଣରେ ନଷ୍ଟ ହେବା
    ପିଟା ଖାଇବାମାଡ଼ ଖାଇବା
    ପେଟ ଧରିବାକଷ୍ଟ ହେବା
    ବାଟ କରିବାଉପାୟ ନିର୍ଦ୍ଧାରଣ କରିବା
    ମନ ଉଡ଼ିବାଆନନ୍ଦ ହେବା
    ମନ କରିବାଇଚ୍ଛା କରିବା
    ମନ ବଳିବାଆଗ୍ରହ ଜନ୍ମିବା
    ମୁଣ୍ଡ ଉପରେଅଳ୍ପଦିନ ପରେ, ଅତି ନିକଟରେ
    ମୁଣ୍ଡ ଉପରେ ଶାଗୁଣା ଉଡ଼ିବାବିପଦ ପଡ଼ିବା
    ମୁଣ୍ଡ ଖାଇବାସର୍ବନାଶ କରିବା, ଋଣ ପକାଇବା
    ମୁଣ୍ଡ ଟେକିବାଉନ୍ନତି କରିବା, କାର୍ଯ୍ୟରେ ଅଗ୍ରସର ହେବା
    ମୁଣ୍ଡରେ ପଶିବାବୁଝିପାରିବା
    ରଙ୍ଗ ଉଠିବାରଙ୍ଗ ଛାଡ଼ିଯିବା
    ରୋଗୀ ଦେଖିବାଚିକିତ୍ସା କରିବା
    ଲଣ୍ଡ ଭଣ୍ଡ କରିବାହଇରାଣ କରିବା
    ଲାଞ୍ଚ ଖାଇବାଉତ୍କୋଚ ନେବା
    ସଂସାର କରିବାବିବାହ ହେବା
    ସଂସାର ଚଳିବାସଂସାର ଠିକ୍ ଭାବେ ଗତି କରିବା
    ସମୟ କାଟିବାସମୟ ଅତିବାହିତ କରିବା
    ସୁଖ ନ ଦେଖିବାଈର୍ଷା କରିବା
    ସୁନାଫଳିବାଭଲ ଫସଲ ହେବା
    ସ୍ୱପ୍ନ ଉଡ଼ିବାକଳ୍ପନା କରିବା
    ସ୍ୱପ୍ନ ଦେଖିବାକଳ୍ପନାରେ ଭାସିବା
    ସ୍ୱର ଚଳିବାଗୀତ ଗାନ ହେବା
    ହାତ ଉଠିବାମାଡ଼ଦେବା
    ହାତ ଦେଖିବାହାତରୁ ଭଲମନ୍ଦ କହିବା

    ଅଭ୍ୟାସ

    1. ‘ଗୋଡ଼ ଧରିବା’ ଓ ‘ଗୋଡ଼ ଟାଣିବା’ ର ଅର୍ଥ ପୃଥକ୍ ଲେଖନ୍ତୁ।
    2. ‘କପାଳ ଫାଟିବା’ ଓ ‘କପାଳ ଫିଟିବା’ ମଧ୍ୟରେ ପାର୍ଥକ୍ୟ କଣ?
    3. ସମାନ ଅର୍ଥର ଅନ୍ତତଃ ତିନିଟି ‘ବିଶ୍ୱାସଘାତକତା’ ସମ୍ବନ୍ଧୀୟ ରୂଢ଼ି ଲେଖନ୍ତୁ।
    4. ‘ମୁହଁ ଦେବା’ ଓ ‘ମୁହଁ ବନ୍ଦ କରିବା’ ରେ କଣ ଅଲଗା?

    Sourced from the Odisha Public Service Commission where applicable. opsc.gov.in. EduSaint is not affiliated with OPSC.