ସମୋଚ୍ଚାରିତ ଓ ପ୍ରାୟସମୋଚ୍ଚାରିତ ଶବ୍ଦ — ନୋଟ୍ସ୍
ସ୍ରୋତ: ସାରସ୍ୱତ ବ୍ୟାବହାରିକ ଓଡ଼ିଆ ବ୍ୟାକରଣ — ଶବ୍ଦବୈଶିଷ୍ଟ୍ୟ — ସମୋଚ୍ଚାରିତ ଶବ୍ଦ।
- ଉଚ୍ଚାରଣ ଏକପ୍ରକାର ବା ପ୍ରାୟ ସମାନ ହେଲେ ମଧ୍ୟ ଅର୍ଥ ଭିନ୍ନ ଥିବା ଶବ୍ଦ।
- ବନାନରେ ଭୁଲ ହେଲେ ଅର୍ଥ ବଦଳିଯାଏ — ପରୀକ୍ଷାରେ ବାରମ୍ବାର ପଚରାଯାଏ।
| ଶବ୍ଦଗୁଚ୍ଛ | ଅର୍ଥ |
|---|---|
| ଅର୍ଥ, ଅର୍ଘ୍ୟ | ଅର୍ଥ = ମୂଲ୍ୟ; ଅର୍ଘ୍ୟ = ପୂଜୋପକରଣ |
| ଅବହିତ, ଅବିହିତ, ଅଭିହିତ | ଅବହିତ = ମନୋଯୋଗୀ; ଅବିହିତ = ଅନୁଚିତ; ଅଭିହିତ = କଥିତ |
| ଅଂଶ, ଅଂସ | ଅଂଶ = ଭାଗ; ଅଂସ = ସ୍କନ୍ଧ |
| ଅନିଳ, ଅନୀଳ | ଅନିଳ = ପବନ; ଅନୀଳ = ଯାହା ନୀଳ ନୁହେଁ |
| ଅଶନ, ଅସନ | ଅଶନ = ଭୋଜନ; ଅସନ = କ୍ଷେପଣ |
| ଅଳିକ, ଅଳୀକ | ଅଳିକ = ଲଲାଟ; ଅଳୀକ = ମିଥ୍ୟା |
| ଆଭାଷ, ଆଭାସ | ଆଭାଷ = ଭାଷଣ; ଆଭାସ = ଇଙ୍ଗିତ |
| ଆବୃତ, ଆବୃତ୍ତ | ଆବୃତ = ଆଚ୍ଛାଦିତ; ଆବୃତ୍ତ = ଅଭ୍ୟସ୍ତ |
| ଇତି, ଈତି | ଇତି = ଶେଷ; ଈତି = ଅନାବୃଷ୍ଟି ଆଦି ପ୍ରାକୃତିକ ବିପର୍ଯ୍ୟୟ |
| ଈଶ, ଈଷ | ଈଶ = ଈଶ୍ୱର; ଈଷ = ଲାଙ୍ଗଳଦଣ୍ଡ |
| ଉପାଦାନ, ଉପାଧାନ | ଉପାଦାନ = ଉପକରଣ; ଉପାଧାନ = ତକିଆ |
| କୁଳ, କୂଳ | କୁଳ = ବଂଶ; କୂଳ = ତଟ |
| କୂଜନ, କୁଜନ | କୂଜନ = ପକ୍ଷୀର ଧ୍ୱନି; କୁଜନ = ଖରାପଲୋକ |
| ଗିରିଶ, ଗିରୀଶ | ଗିରିଶ = ମହାଦେବ; ଗିରୀଶ = ଗିରିଶ୍ରେଷ୍ଠ ହିମାଳୟ |
| ଚରିତ, ଚରିତ୍ର | ଚରିତ = କଥା, ବିଷୟ; ଚରିତ୍ର = ନୈତିକ ସ୍ୱଭାବ |
| ଚିର, ଚୀର | ଚିର = ଦୀର୍ଘକାଳ; ଚୀର = ଜୀର୍ଣ୍ଣ ବସ୍ତ୍ର |
| ଜାତ, ଯାତ | ଜାତ = ଉତ୍ପନ୍ନ; ଯାତ = ଯାତ୍ରା |
| ଦିନ, ଦୀନ | ଦିନ = ଦିବସ; ଦୀନ = ଦରିଦ୍ର |
| ଦ୍ୱୀପ, ଦୀପ, ଦ୍ୱିପ | ଦ୍ୱୀପ = ଜଳବେଷ୍ଟିତ ଭୂଖଣ୍ଡ; ଦୀପ = ପ୍ରଦୀପ; ଦ୍ୱିପ = ହସ୍ତୀ |
| ଦୂତ, ଦ୍ୟୁତ | ଦୂତ = ଚର; ଦ୍ୟୁତ = ପଶାଖେଳ |
| ନିଧନ, ନିଧାନ, ନିଦାନ | ନିଧନ = ବିନାଶ; ନିଧାନ = ଆଧାର/ଭଣ୍ଡାର; ନିଦାନ = ମୂଳକାରଣ |
| ପରୀକ୍ଷା, ପରିଖା | ପରୀକ୍ଷା = ଉତ୍ତମରୂପେ ଦେଖିବା; ପରିଖା = ଗଡ଼ଖାଇ |
| ପରିଚ୍ଛଦ, ପରିଚ୍ଛେଦ | ପରିଚ୍ଛଦ = ପୋଷାକ; ପରିଚ୍ଛେଦ = ଅଧ୍ୟାୟ/ବିଭାଗ |
| ପାବନି, ପାବନୀ | ପାବନି = ହନୁମାନ୍; ପାବନୀ = ପବିତ୍ରକାରିଣୀ |
| ପୂତ, ପୁତ | ପୂତ = ପବିତ୍ର; ପୁତ = ପୁଅ |
| ପୁର, ପୂର | ପୁର = ନଗର; ପୂର = ପ୍ରବାହ/ଜଳରାଶି |
| ପ୍ରସାଦ, ପ୍ରାସାଦ | ପ୍ରସାଦ = ଭୋଗ/କୃପା; ପ୍ରାସାଦ = କୋଠା/ଅଟ୍ଟାଳିକା |
| ପୁଷ୍ଟ, ପୃଷ୍ଟ, ପୃଷ୍ଠ | ପୁଷ୍ଟ = ମୋଟା/ପୋଷିତ; ପୃଷ୍ଟ = ପଚରା ଯାଇଥିବା; ପୃଷ୍ଠ = ପିଠି/ପଛ |
| ପ୍ରକାର, ପ୍ରାକାର | ପ୍ରକାର = ରକମ; ପ୍ରାକାର = ପାଚେରି |
| ପ୍ରସ୍ତ, ପ୍ରସ୍ଥ | ପ୍ରସ୍ତ = ସ୍ତର; ପ୍ରସ୍ଥ = ଓସାର |
| ବଧ, ବନ୍ଧ | ବଧ = ହତ୍ୟା; ବନ୍ଧ = ବନ୍ଧନ/ବନ୍ଧାହୋଇଥିବା |
| ବିଦୁର, ବିଦୂର | ବିଦୁର = ମହାଭାରତର ଚରିତ୍ରବିଶେଷ; ବିଦୂର = ଅତିଦୂର |
| ବିଶ୍ରୁତ, ବିସ୍ରୁତ, ବିସ୍ମୃତ | ବିଶ୍ରୁତ = ବିଖ୍ୟାତ; ବିସ୍ରୁତ = ନିଃସୃତ/ସ୍ଖଳିତ; ବିସ୍ମୃତ = ଭୁଲିଯାଇଥିବା |
| ଭାଗୀରଥୀ, ଭିତ୍ତି, ଭୀତି | ଭାଗୀରଥୀ = ଗଙ୍ଗାନଦୀ; ଭିତ୍ତି = ମୂଳଦୁଆ; ଭୀତି = ଭୟ |
| ମତ, ମତ୍ତ | ମତ = ଇଚ୍ଛା; ମତ୍ତ = ମତୁଆଳା |
| ରତି, ରତ୍ତି | ରତି = କନ୍ଦର୍ପପତ୍ନୀ; ରତ୍ତି = ଅଙ୍କ ପରିମାଣ |
| ରଦ, ରଦ୍ଦ | ରଦ = ଦାନ୍ତ; ରଦ୍ଦ = ଅକାମୀ |
| ଲକ୍ଷ, ଲକ୍ଷ୍ୟ | ଲକ୍ଷ = ସଂଖ୍ୟାବିଶେଷ; ଲକ୍ଷ୍ୟ = ଉଦ୍ଦେଶ୍ୟ |
| ଲିଖନ, ଲେଖନ | ଲିଖନ = ଲେଖିବା; ଲେଖନ = ଲେଖା କଲମ |
| ସମ, ଶମ | ସମ = ସମାନ; ଶମ = ଶାନ୍ତି |
| ଶଙ୍କର, ସଙ୍କର | ଶଙ୍କର = ଶିବ; ସଙ୍କର = ମିଶ୍ରିତ |
| ଶ୍ରବଣ, ସ୍ରବଣ | ଶ୍ରବଣ = ଶୁଣିବା; ସ୍ରବଣ = କ୍ଷରିବା |
| ଶର, ସର | ଶର = ତୀର/ବାଣ; ସର = ପୋଖରୀ/ଦୁଧସର |
| ସୁର, ଶୂର | ସୁର = ଦେବତା/ସୂର୍ଯ୍ୟ; ଶୂର = ବୀର |
| ସୁତ, ସୂତ | ସୁତ = ପୁଅ; ସୂତ = ସାରଥି |
| ଶପ୍ତ, ସପ୍ତ | ଶପ୍ତ = ଶାପଗ୍ରସ୍ତ; ସପ୍ତ = ସାତ |
| ସମନ, ଶମନ | ସମନ = ଆଦେଶ; ଶମନ = ଯମ |
| ସାପ, ଶାପ | ସାପ = ସର୍ପ; ଶାପ = ଅଭିଶାପ |
| ସୂଚୀ, ସୂଚି | ସୂଚୀ = ସୂଚୀପତ୍ର; ସୂଚି = ଛୁଞ୍ଚ |
| ଶୂକର, ସୁକର | ଶୂକର = ଘୁଷୁରି/ବରାହ; ସୁକର = ସହଜ |
| ସର୍ଗ, ସ୍ୱର୍ଗ | ସର୍ଗ = ଅଧ୍ୟାୟ; ସ୍ୱର୍ଗ = ଦେବଲୋକ |